ସାପସିଡ଼ି ଖେଳ


ଆମର ଜୀବନଟା ମନେହୁଏ ସତେ ଏକ

ସାପ ସିଡ଼ି ଖେଳ;

ଆମେ ସବୁ ନାଲି ନେଳି,

ପ୍ଲାଷ୍ଟିକର ଗୋଟି,

ଘରରୁ ସେ ଘରକୁ ଯାଉ ଯାଉ

ହଠାତ୍କେଉଁଠି

ପହଞ୍ଚିଲେ ସିଡ଼ିତଳେ

ଉପରକୁ ଭୂଲିଯାଉ ଉଠି

ପୁଣି କେବେ ଗିଳିଦିଏ

ଯଦି ସେଇ କଳା ଅଜଗର

ଆକାଶରୁ ପଡ଼ିଯାଉ ଭୂମିତଳେ ଲୋଟି

 

ଆମର ଯଦି ବା ଇଚ୍ଛା

ପହଞ୍ଚିବା ଲାଗି ସେଇ ଶୀର୍ଷତମ ଘରେ

ଆମର ଶକ୍ତି ନାହିଁ

ଚାଲିବାକୁ ନିଜ ଇଚ୍ଛାମତେ,

ଏକ ଦୁଇ ତିନି ଚାରି

ପାଞ୍ଚ ଛଅ-ଯାହା ହେଲା ଦାନ

ନିୟତି ଆମର ସିଏ

ନିଏ ଚାଳି ପଥେ ସେ ପଥେ

ଏକ ଅଜବ ଖେଳ

ଖେଳାଳୀର ଦେଖା ସିନା ନାହିଁ,

ଖେଳଟା ଚାଲିଛି କିନ୍ତୁ

ଦାନ ପରେ ପଡ଼ୁଅଛି ଦାନ,

ପଦହୀନ ପ୍ରାଣୀ ଆମେ

ସାପ ଡରେ ପ୍ରତିପଦେ ଆତଙ୍କିତ ହୋଇ

ଚାଲୁ ଚାଲୁ ମନେ ମନେ କରୁଅଛୁ ସିଡ଼ିଟାକୁ ଧ୍ୟାନ




+ -