କବିତା ପରେ କବିତା ଖାଲି ରଚନା କବିକରେ
ପାଠକ ସମାଜରେ,
ତାହାରି କଥା ଉଠଇ ନିତି ନିଶି ଓ ଦିବସରେ।
କବିର ସାଥେ ହୋଇଲା ଦିନେ ଦେଖା
ଫୁଟାଇ ହସ ରେଖା,
କହିଲି ‘କବି, ଭାରୀ ତ ହେଲୁ ବଡ଼,
ସବୁଠି ତୋର ବିପୁଳ ସମାଦର
ସବୁରି ହାତେ ଖାଲି ତୋହରି ଲେଖା,
ଦେଖୁଚି ତୁଇ ଭାଗ୍ୟବାନ୍ ଏକା।’
କହିଲା କବି ନୀରସ ହାସ ରେଖା ଅଧରେ ଟାଣି,
‘କିଛି ତୁ ନାହୁଁ ଜାଣି,
ତୁ ଏକା, ନୋହୁ ଜାଣିଲେ ନାହିଁ କେହି ବି ଜନପ୍ରାଣୀ।
ଜୀବନେ ମୋର ଭରିଚି ଗୁରୁବ୍ୟଥା
କେବଳେ ସେଇ କଥା
କବିତାରେ ମୋ ହୋଇଚି ରୂପାୟନ
ଲଭିଲେ ସୁଖ ପଢ଼ିଲେ ଯେତେ ଜନ
ଶୁଣିଲି ଶତ ମୁଖରେ ସ୍ତୁତି ବାଣୀ
ଦୁଃଖ ମୋର ଦୂର ତ ହୋଇଲାନି।”