ସୁଖଦୁଃଖ


ସୁଖ ମତେ ବାରମ୍ବାର

ପ୍ରତାରଣା କଲାପରେ

ମୁଁ ପାଇ ବସିଲି ଭଲ

ମୋ ଦୁଃଖ ମାନଙ୍କୁ-

ଠିକ୍କଲି ସେମାନଙ୍କୁ ଆପଣାର କରି

ବାନ୍ଧିବାକୁ ଘର

ଠିକ୍କଲି କାନ୍ଦିବାକୁ ଅହରହ,

ହାହୁତାଶେ କାଟିବାକୁ ସମସ୍ତ ଜୀବନ

 

 କିନ୍ତୁ ଦିନେ

 କାନ୍ଦମୋର ବନ୍ଦ ହୋଇଗଲା,

କୋହ ସବୁ ହୋଇଗଲା ସ୍ଥିର,

ଶୁଖିଗଲା ଆଖିର ଝରଣା,

ଶୁଖିଗଲା ସବୁ କ୍ଷତ,

ଉପଶମ ହୋଇଗଲା

ବୁକୁର ଯନ୍ତ୍ରଣା

 

ଦୁଃଖମାନେ ଭୁଲିଗଲେ ମତେ,

ଏବଂ ଦୂର ହୋଇଗଲେ ମଥୁରା ପୁରକୁ

ସମସ୍ତ ଆୟାସ ସତ୍ତ୍ବେ

ଦୁଃଖକୁ ପାରିଲି ନାହିଁ କରି ଆପଣାର,

ପାରିଲି ଜୟକରି ଦୁଃଖର ହୃଦୟ

 

ସୁଖଦୁଃଖ କେହି ନୁହେଁ

ମୋର ଆପଣାର,

ମୁଁ ଚିର ନିଃସଙ୍ଗ ଏଇ ପୃଥିବୀରେ

ଆପଣାର କକ୍ଷପଥେ ଏକାଏକା

ଘୁରୁଥିବା ତାରାଟିଏ ପରି




+ -