ଟୋପାଟିଏ ଲୁହ


ମୁଁ ନୁହେଁରେ ସଖି ଏକ ସାଗରର ଉତ୍ତାଳ ଉଛ୍ଛ୍ବାସ

ତୋଳି ନାହିଁ ମଥା ମୋର ଛୁଇଁବାକୁ ସୁଦୂର ଆକାଶ

ସାଗରର ବିସ୍ତୃତିରେ ଆପଣାକୁ ସହଜେ ହରାଇ

ଲୋଡି ନାହିଁ ଆନ କ୍ଷଣେ ପାଇବାକୁ ନୁତନ ପ୍ରକାଶ।

ଆପଣାକୁ ନିଗାଡି ଯା ମେଘମାଳା ଯାଏରେ ଝରାଇ

ମୁଁ ନୁହେଁ ସେ ବର୍ଷାବାରି ଆପଣାକୁ ଶୁଚିତାର ପାଇଁ

କରିବାକୁ ଗର୍ବବୋଧ ସକାଳର ଦୁର୍ବାଦଳ ପରେ

ମୁଁ ଏକ ଶିଶିର ବିନ୍ଦୁ- ପ୍ରତିକ୍ଷଣ ଯାଏ ମୁଁ ମିଳାଇ

ମୁଁ ଗୋଟିଏ ହିମ ବିନ୍ଦୁ,ଶ୍ୟାମ ସ୍ପର୍ଶ ଚୂଡାର ଉପରେ

ମୁକ୍ତାର ବ୍ରିଭମ ଯିଏ ସୃଷ୍ଟି କରେ ସୂର୍ଯ୍ୟ ଆଲୋକରେ,

ଜଳର ସକଳ ସତ୍ତା କ୍ଷୁଦ୍ର ମୋର ସ୍ଥିତି ତଳେ ଧରି

ମେଣ୍ଟାଇନି ତୃଷା କାର,ତୃଷିତ ମୁଁ ତିଳେତିଳେ ମରେ

ଅସହାୟ ବେଦନାରେ ସିକ୍ତ କାର ନୟନରୁ ଝରି

ଟୋପାଏ ଲୁହ ମୁହିଁ ଶ୍ୟାମ ଦୁର୍ବା ଶିରେ ଅଛି ପଡି।




+ -