ତେ ଭଲ ଲାଗିଥିଲା ଏକ ସୁନା ବରଣ ବିହଗ,
ଉଡି ଆସି ଆକାଶରୁ ଅକସ୍ମାତ୍ ବସିଲା ସେ ହାତେ
ମଧୁର କାକଳୀ କଲା, ସେଇ ସ୍ବର୍ଣ୍ଣ ସୁନ୍ଦର ପ୍ରଭାତେ
ମୋ ଧରିତ୍ରୀ ମୂହୁର୍ତ୍ତକେ ହୋଇଗଲା ସ୍ବପ୍ନର ସରଗ
ମୁଁ ତାହାକୁ ମଧୁ ଦେଲି,ଦେଲି ମୋର ହୃଦ-ପୁଷ୍ପ ରେଣୁ
ସୁନାର ପଞ୍ଜୁରୀ ଗଢ଼ି ଭାବିଲି ମୁଁ ରଖିବି ମୁଁ ତାହାରେ
ତା କୂଜନ ଶୁଣୁଥିବି,ଦେଖୁଥିବି ତାକୁ ନିରନ୍ତରେ-
ହଠାତ୍ ସେ ଉଡିଗଲା, ଗଲା ମୋର ଦୃଷ୍ଟିର ଅୟନୁ।
ମୁର୍ହୁତ୍ତକେ ଭାଙ୍ଗି ଗଲା ମୋର ସେଇ ସ୍ବପ୍ନର ସ୍ବରଗ
ସେ ସୁନାର ପକ୍ଷୀ ଖାଲି ଉଡିବୁଲେ ନିଜ ଇଛାମତେ,
ଦିଏ ନାହିଁ କାରେଧରା,ଧରା ତେଣୁ ଦେଲା ନାହିଁ ମୋତେ
ଉଡି ଉଡି ବୁଲେ ସିଏ, ବଦଳାଇ ତା ଦେହର ରଙ୍ଗ
ମତେ ଭଲ ଲାଗି ଥିଲା ଏକ ସୁନା ବରଣର ପକ୍ଷୀ
ମୁଁ କି ତାକୁ ଭୁଲିପାରେ?ମୋ ସ୍ମୃତିରେ ଅଛି ତାକୁ ରଖି।