ରାମଚନ୍ଦ୍ର ରଥ


ଦୁଇବର୍ଷ ତଳୁ

ତାହା ସାଥେ ଦଇବାତ ହୋଇଥିଲା ଦେଖା,

କଲେଜ ଛକରେ ସିଏ ହୋଇଥିଲା ଠିଆ ଏକା ଏକା

ଦେହେ ନୀଳ ହାଉଆନି, କଳା ଫୁଲ ପ୍ୟାଣ୍ଟ

ଥିଲା ଆଧୁନିକତାର ସବୁ ଛାଣ୍ଟ କାଣ୍ଟ-

ତାର କଥା ଯେବେ ମନେ ପଡ଼େ

ସେ ଛବିଟି ନାଚିଯାଏ ମୋ ଆଖି ଆଗରେ

ମୁଁ ତାକୁ ଜାଣିଲି ଯେବେ, ଥିଲା ସିଏ ଅତି ସାଧାରଣ

ମୋହପରି ଛାତ୍ରଟିଏ

ଅତି ନମ୍ର ଭଦ୍ର ଆଚରଣ

ତାର ମତେ କରିନେଲା ଅତି ଆପଣାର,

ତାହାପାଇଁ ହୋଇଥିଲା ମନେ ମୋର ଶ୍ରଦ୍ଧାର ସଂଚାର

ଅଗ୍ରଗଣ୍ୟ ନେତାସିଏ ସେତେବେଳେ ଆମ କଲେଜରେ,

କହିବାକୁ କେବେ ସିଏ ଠିଆହେଲେ ସଭା ସମିତିରେ

କରତାଳି ବାଜୁଥିଲା,ଉଦ୍ଦୀପକ ଭାଷଣ ତାହାର

କରୁଥିଲା ଉନ୍ମାଦନା ତରୁଣର ମନରେ ସଂଚାର

ମୁଁ କିନ୍ତୁ ନଥିଲି ତାର ସାଥୀ ହୋଇ ଛାତ୍ର ଆନ୍ଦୋଳନେ

ମୁଁ ପାଉ ନଥିଲି କିଛି ତାର ଲମ୍ବା ଉତ୍ତପ୍ତ ଭାଷଣେ

ଲେଖିଥିଲା ଗଳ୍ପସିଏ ଜୀବନର ସ୍ବରୂପ ନିରେଖି,

ମୁଁ ବି କରୁଥିଲି ତାହାପରି କେବେ

ଗଳ୍ପ ଲେଖା ଲେଖି

ଏଇ ସାମ୍ୟ କରିଥିଲା ସନ୍ନିଧିରେ ଆମ

ସହଜ, ସୁଷମ

କିନ୍ତୁ ସେଦିନର ସେଇ ସନ୍ଧ୍ୟାବେଳେ

କଲେଜ ଛକରେ

ଦଇବାତ୍ଭେଟିଲି ଯାହାରେ

ସେ ନଥିଲା ରାମରଥ ଆମର ସେ ଅତୀତ ଦିନର

ଆଇ..ଏସ୍ପାଇସିଏ

ହୋଇଥିଲା ବଡ ଅଫିସର

କିନ୍ତୁ ସେଇ ସରଳତା ରହିଥିଲା ତାର ଆଚରଣେ,

ସମ୍ଭାଷିଲା ସହାସ୍ୟ ବଦନେ,

ବ୍ୟବହାରେ ଜଣାଇଲି ସିଏ ସେଇ ପୁରାତନ ବନ୍ଧୁ

ନୁହେଁ ଆଉଜଣେ

ଚାରିମାସ ତଳେ ଏଇ ରାମରଥ ଥିଲା ସାଧାରଣ

ବହୁକଷ୍ଟେ ପଢ଼ୁଥିଲା ଏମ୍‌.. କରି ଦୁଇଟି ଟିଉସନ୍

ଆଜି କିନ୍ତୁ ତାର ଚାଳଘର ସମ୍ମୁଖରେ

ଅଟକୁଛି କେତେ କାର୍,ଅତି ବିନୟରେ

ଅବତରି କେଉଁ ସେକ୍ରେଟାରୀ ପଚାରନ୍ତି ଧୀରେ

କୃଷ୍ଣ ରଥ ରହନ୍ତି ଏଠାରେ?”

ଜଜ୍ଆସି ବସିଯାନ୍ତି ଭୂମିପରେ ନପଡ଼ୁ ଆସନ

ମନେ ନାହିଁ କୁଣ୍ଠା ହୋଇବାକୁ କୃଷ୍ଣ ରଥଙ୍କ ସମାନ

ଅତି ସନ୍ତର୍ପଣେ

କହନ୍ତି କରିବେଟିକି ମ୍ୟାରେଜ୍ଟା-ରହିଯାଇ କ୍ଷଣେ

ଏଇ ବର୍ଷ ରାମବାବୁଙ୍କର?”

କହଇ ଦରିଦ୍ର ପିତା

“…ହେବ ଯାହା ଇଚ୍ଛା ସେଇ ଜଗନ୍ନାଥଙ୍କର

ତାହାପରେ ଅତିଧୀରେ

କହନ୍ତି ସେ ଜିଲ୍ଲାଜଜ୍‌, ଅବା ସେକ୍ରେଟାରୀ,

ନିଜେ ମୁହିଁ ଆସିବାଟା ଭଲ ହେବ ମନରେ ବିଚାରି

ଆସିଗଲି, ମୋର ଜ୍ୟେଷ୍ଠା କନ୍ୟାଟିଏ ପାଇଁ

ଦେବି ମୁଁ ଖୋଜିବେ ଯାହା-

ଖୋଜିବାକୁ କିଛି ହେବ ନାହିଁ,

ଝିଅଟି ସୁନ୍ଦରୀ ନିଜେ ଦେଖନ୍ତୁ ଆପଣ

ଏଇ ବର୍ଷ କରିଅଛି ବି.. ସମାପନ

ଅତି ଧୀରେ ବିନୟରେ

ଉତ୍ତରନ୍ତି ପିତା, “କିଛି ଆପତ୍ତି ମୋ ନାହିଁ ଏଇଥିରେ

ଆପଣ ଜାଣନ୍ତି ନାହିଁ

ଅଛି ମୁଣ୍ଡେ କେତେ ଋଣଭାର

ଚାଳିଶି ହଜାର ହେବ ଦେଖୁଛନ୍ତି ଘର

ରାମ କରୁଛି ନାହିଁ ଏଇକ୍ଷଣି ବାହା ହୋଇବାକୁ

ଥିଲି ଥରେ ପଚାରି ମୁଁ ତାକୁ

ହସି ହସି କନ୍ୟା ପିତା ଦିଅନ୍ତି ଉତ୍ତର,

ଋଣ ସବୁ ସୁଝିଦେବି, ତୋଳି ଦେବି ଘର…”

ରାମରଥ ଚାକିରୀଟା ପାଇବାର

ସଂବାଦଟା ଖବର କାଗଜେ

ବାହାରୁ ବାହାରୁ ଆସି ଯିଏ ଯେଝା ସଜେ,

ବାପାଙ୍କର ପାଶେ ତାର ଗଲେ ବାଢ଼ି ବିଚାର ପ୍ରସ୍ତାବ

ଆଉ ବହୁ ଦିଗରୁ ପ୍ରଭାବ

ବନ୍ଧୁ ବାନ୍ଧବ,ସାଇ ପଡ଼ିଶା ସକଳେ

ଦେଖିଲେ ରାମର ଭାଗ୍ୟ ଶିଖା ତୋଳି ଜଳେ

ଆଜି ଆସିଛନ୍ତି ମନ୍ତ୍ରୀ ବିନା ଆଡ଼ମ୍ବରେ

ତାଙ୍କର କନ୍ୟାଟି ପାଇଁ, ଅତି ବିନୟରେ

କରୁଛନ୍ତି ବ୍ୟକ୍ତ ତାଙ୍କ ମନର ଭାବନା

ଶୁଣୁଛନ୍ତି ନୀରବରେ ବସିସବୁ ରାମରଥ ନନା

ସମୟେ ପୋଷ୍ଟମ୍ୟାନ୍ଦେଇଗଲା ଏକ ଟେଲିଗ୍ରାମ୍

ଦସ୍ତଖତ ସାରି ପିତା କଲେ ତା ଗ୍ରହଣ

ଖୋଲି ତାହାପଢ଼ୁ ପଢ଼ୁ ଚଉଦିଗ ଦିଶେ ଅନ୍ଧକାର,

ହାୟରାମକହି ତଳେ ପଡିଗଲେ

ହଜିଗଲା ଚେତନା ତାଙ୍କର

ବନ୍ଧୁମାନେ ଯାଉଛନ୍ତି ଶିକାରରେ,ରାମଚନ୍ଦ୍ର ରଥ

ବ୍ୟକ୍ତ କଲା ନିଜ ଇଚ୍ଛା ଯିବା ପାଇଁ, ସକଳେ ଉଷତ

ଜିପ୍ପରେ ଜିପ୍ଚାଲେ ନେଇ ଯାତ୍ରୀ ଗଣେ

ସମୟେ କ୍ରୁରଭାଗ୍ୟ ବିଧାତାର ନିଷ୍ଠୁର ବିଧାନେ

ରାସ୍ତାର ନିକଟେ ଥିବା ଏକ ଦ୍ରୁମେ ପାଇଣ ଆଘାତ

ଗୋଟେ ଜିପ୍ଗାଡ଼ି ଆଖି ପିଛୁଳାକେ ହରାଇଲା ପଥ

ରାସ୍ତାପରୁ ଖସିଗଲା ତଳୁ ତଳେ ଗଡ଼ି

ମୁହୂର୍ତ୍ତକେ ଘଟିଗଲା କଣ କେହି ବୁଝିତ ନପାରି

ରହିଲେ କେବଳ ଚାହିଁ ପରସ୍ପରେ,ମୁହୂର୍ତ୍ତକ ପରେ

ଆତ୍ମସ୍ଥ ସମସ୍ତେ ହେଲେ, ଜିପ୍ଯାଇ ପଡ଼ିଅଛି ଦୂରେ

ନିକଟେ ବନ୍ଧୁଏ ଯାଇ ଦେଖିଲେ ଯା ଆଖେ

ଛାତି ତାଙ୍କ ଫାଟି ଗଲା ଦୁଃଖେ

ରାମରଥ ଛାଟି ହୋଇ ପଡ଼ିଅଛି ଜିପ୍ଠାରୁ ଦୂରେ

ପ୍ରାଣ ଆଉ ନାହିଁ ତା ଶରୀରେ

ଅନ୍ୟମାନେ ପାଇଛନ୍ତି ସାମାନ୍ୟ ଅଘାତ

ହୋଇଗଲା ଏକି ଅକସ୍ମାତ୍

କୃଷ୍ଣ ରଥେ ବୁଲୁଛନ୍ତି ସେ ବଦ୍ଧ ପାଗଳ,

ଶୀର୍ଣ୍ଣ ଦେହେ ଜୀର୍ଣ୍ଣ ବାସ ରହିଚି କେବଳ,

ଭୂଲିଛନ୍ତି ଜୀବନର ସବୁ ଅନୁଭୂତି,

ଆପେ ଆପେ କାହାକୁ ସେ କଣ କହୁଥାନ୍ତି

ତାଙ୍କ ଘର ଭାଗିଂଗଲା, ଡିହଗଲା ନିଲାମରେ ଉଡ଼ି

ବାଡ଼ି ଆମ୍ବଗଛେ ବସା ଏତେ ବାନ୍ଧି ଅଛନ୍ତି ବାଦୁଡ଼ି

ଆଉ କେଉଁ ସେକ୍ରେଟେରୀ,ମନ୍ତ୍ରୀ,ଜଜ୍

ଆସି ସେଇଠାରେ

ପଚାରି ନାହାନ୍ତି,“କୃଷ୍ଣ ରଥ କାହିଁ ଗଲେ?”

ରାମ ରଥ ନାହିଁ ଆଉ କରି ହୁଏ ନାହିଁ ବିଶ୍ବାସ

ସବୁ କାଲି ଭଳି ଲାଗେ

ଭାସିଯାଏ ଆଖି ଆଗେ ତାର ମୁହଁ ସଦା ହସ ହସ

ଥିଲା ଭଳି ଲାଗେ ସିନା, ରାମରଥ ଜୀବନରେ ନାହିଁ

ଖୋଜିଲେ ସମଗ୍ର ଧରା, ସିଏ ଆଉ ମିଳିବନି କାହିଁ

ରାମରଥ ଚାଲିଗଲା-ଏତିକି ସେ ଜଣାଇ ଯାଇଛି

ଭାଗ୍ୟ ଛଡ଼ା ମଣିଷର ଜୀବନରେ ନାହିଁ ଆଉ କିଛି

 

--୫୭

ବାଣପୁର




+ -