ମୋ କବିତା


କେଉଁ ଏକ ଦୂର ଘନ ସବୁଜ ବନରୁ

ଉଡି ଆସନ୍ତି ଛୋଟ ଛୋଟ ଅନେକ ଗୁଡିଏ ପକ୍ଷୀ,

କେତେ ରଂଗର କେତେ ବର୍ଣ୍ଣର-

ପକ୍ଷ ଥରାଇ ଥରାଇ ସେମାନେ ଆସି ବସନ୍ତି

ମୋ ହୃଦୟର ତରୁ ଶାଖାରେ

ଛୋଟ ଛୋଟ କାଠି କୁଟାରେ ମୁଁ ତାଙ୍କ ପାଇଁ ଗଢ଼ି ଦଏ ନୀଡ

ଯତ୍ନରେ, ଆଦରରେ ଆଉ ସ୍ନେହଁରେ,

ସେଇ ନୀଡରେ ବସି

ସେମାନେ କାକଳି କରନ୍ତି,

ସେଇ କାକଳି ମୋର କବିତା।      




+ -