ସତ୍ୟମେବ ଜୟତେ




 ମୁଁ ଲୋକମାନଙ୍କର ସେବାକୁ ଜୀବନର ବ୍ରତ ବୋଲି ଗ୍ରହଣ କରି ନେଇଛିମୁଁ ମୋର ଶକ୍ତି ଅନୁସାରେ ଏଇ ଭାରତ ମାତାର ସେବା କରିବି,ଆଉ ଉତ୍କଳ ଜନନୀର ସେବା କରିବି; ମୋର ଏଇ ଜନ୍ମମାଟି ନିଜଗଡ଼ର ସେବା କରିବି ସେଥିପାଇଁ ମୁଁ ଆପଣମାନଙ୍କର ସମର୍ଥନ ଶୁଭେଚ୍ଛା ପାଇ ମୁଁ ମନ୍ତ୍ରୀ ହୋଇଛିମୋର ସବୁ ଶକ୍ତି ଦେଇ ମୁଁ ଆପଣମାନଙ୍କର ସେବା କରି ଆସିଛିସେଇ ସୁଯୋଗ ମତେ ଦେଇଥିବାରୁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ ଶୁଭାକାଂକ୍ଷୀ ବନ୍ଧୁମାନଙ୍କର ଅନୁରୋଧକୁ ଉପେକ୍ଷା କରି ନପାରି,ଆପଣ ମାନଙ୍କର ସାହାଯ୍ୟ ସହଯୋଗ ଉପରେ ନିର୍ଭର କରି ମୁଁ ପୁଣି ଥରେ ଏଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛିମୋର ବିଶ୍ବାସ ଆପଣମାନେ ମତେ ପୁଣି ନିର୍ବାଚନରେ ଜ଼ୟଯୁକ୍ତ କରେଇବେଏବଂ ଅଧିକ ଉତ୍ସାହରେ ଆପଣମାନଙ୍କର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ମତେ ସୁଯୋଗ ଦେବେ

 ଉପେନ୍ଦ୍ର ମହାନ୍ତିଙ୍କର କଥା ସରୁଣୁ ସଭା କରତାଳିରେ ଶବ୍ଦାୟମାନ ହେଲାତା ସହିତ ସ୍ଳୋଗାନଉପେନ୍ଦ୍ର ମହାନ୍ତି ଜିନ୍ଦାବାଦ’‘ଉପେନ୍ଦ୍ର ମହାନ୍ତି ଆମର ନେତା-ଆମର ନେତା ଇତ୍ୟାଦି

 କୋଳାହଳ ବନ୍ଦ ହେବାପରେ ଉପେନ୍ଦ୍ର ମହାନ୍ତି ପୁଣି ତାଙ୍କର ଭାଷଣ ଆରମ୍ଭ କଲେଆପଣମାନେ ଜାଣନ୍ତି,ମୋ ବିରୁଦ୍ଧରେ ଗୋଟିଏ ଚକ୍ରାନ୍ତ ଚାଲିଛିମୋ ପଛରେ ଆପଣ ମାନଙ୍କର ଅକୁଣ୍ଠ ସମର୍ଥନ ଅଛି ଜାଣି,ମୋତେ ପରାଜିତ କରିବାର କୌଣସି ଉପାୟ ନଥିବା ଜାଣି,ମୋର ବିରୁଦ୍ଧ ଗୋଷ୍ଠୀ ନାନା ପ୍ରକାର ଚକ୍ରାନ୍ତ କରି ଚାଲିଛନ୍ତିମୁଁ ଯେଉଁମାନଙ୍କର ଉପକାର କରିଛି,ସେହିମାନେ ମୋରି ବିରୁଦ୍ଧରେ ଠିଆ ହୋଇଛନ୍ତିଏଭଳି ଅକୃତଜ୍ଞତାର ଉଦାହରଣର ଯୁଗେ ଯୁଗେ ଅଭାବ ନାହିଁଆପଣମାନେ ରାମାୟଣରେ,ମହାଭାରତରେ,ଭାଗବତରେ,ବାଇବେଲ୍ରେ କୋରାନ୍ରେ ସବୁ ବଡ଼ ବଡ଼ ଅକୃତଜ୍ଞ ଲୋକମାନଙ୍କର କଥା ଜାଣିବାକୁ ପାଇବେକିନ୍ତୁ ସେମାନେ କେବେ ସଫଳ ହୋଇ ନାହାନ୍ତି ଏବେ ଜାଣିବାକୁ ପାଇବେଏବେ ବି ସଫଳ ହୋଇ ପାରିବେ ନାହିଁଯେତେଦିନ ପର୍ଯ୍ୟନ୍ତ ଆପଣମାନେ ମୋ ପଛରେ ଅଛନ୍ତି,ମୁଁ ସେହି କୁଚକ୍ରୀମାନଙ୍କୁ ତିଳେମାତ୍ର ଖାତିର୍କରିବି ନାହିଁମୁଁ ଜାଣେ ସେମାନେ ଆପଣମାନଙ୍କର ବଜ୍ର ମୁଷ୍ଟିରେ ଧୂଳିସାତ୍ହୋଇଯିବେସେମାନଙ୍କ ଭିତରେ ଅନେକ ଆସି ପୁଣି ମୋ ପାଖରେ କ୍ଷମା ମାଗିବେ,ମୋ ଠାରୁ ସାହାଯ୍ୟ ଚାହିଁବେଆପଣମାନେ ଜାଣନ୍ତି ମୁଁ ଜଣେ ଉଦାର ଲୋକମୁଁ ଏପରି ଅନେକ ଲୋକଙ୍କୁ କ୍ଷମା କରିଛି,ପୁଣି ହୁଏତ ସେମାନଙ୍କୁ କ୍ଷମା କରିଦେବି-

 ନା,ନା,-ସେମାନଙ୍କୁ କ୍ଷମା ଦିଆଯିବ ନାହିଁବିରୁଦ୍ଧ ଗୋଷ୍ଠୀ ମୁର୍ଦ୍ଦାବାଦ,ବିରୁଦ୍ଧ ଗୋଷ୍ଠୀ ମୁର୍ଦ୍ଦାବାଦଇତ୍ୟାଦି ଧ୍ବନୀରେ ପୁଣି ସଭାସ୍ଥଳ କିଛି ସମୟ ପାଇଁ ମୁଖର ହେଲା

 ଆପଣମାନେ ଜାଣନ୍ତି,ଏଥର ବିରୁଦ୍ଧଦଳ ସବୁ ଏକଜୁଟ ହୋଇ ମୋ ବିରୁଦ୍ଧରେ ଜଣେ ମିଳିତ ପ୍ରାର୍ଥୀ ଠିଆ କରେଇଛନ୍ତିଜଣ ଜଣ ହୋଇ ସେମାନେ କେହି ମୋର ସମ୍ମୁଖୀନ ହୋଇ ପାରିଲେ ନାହିଁତେଣୁ ଅଭିମନ୍ୟୁକୁ ମାରିବା ପାଇଁ କୌରବ ସପ୍ତରଥୀ ଯେପରି ଏକାଠି ହୋଇ ଆକ୍ରମଣ କଲେ, ଏଥର ଠିକ୍ସେପରି ଏକ ଷଡ଼ଯନ୍ତ୍ର ହୋଇଛିମୁଁ କିନ୍ତୁ ଡରିଯିବା ଲୋକ ନୁହେଁ,ମୁଁ ବୀର,‘ବୀର ମରେନାହିଁ ପରାଣ ଆତଙ୍କେ’-ବିରୁଦ୍ଧ ଦଳର ବ୍ୟୁହ ଭାଙ୍ଗି ମୁଁ ବିଜୟୀ ହୋଇ ଫେରି ଆସେ ମୋତେ ଆପଣ ମାନେ ଏଇ ଆଶିର୍ବାଦ ଦିଅନ୍ତୁ ଏଇ ଶୁଭେଚ୍ଛା ଦିଅନ୍ତୁ

ସଭାସ୍ଥଳରେ ପୁଣି ସ୍ଳୋଗାନର କୋଳାହଳ

 ମୋ ବିରୁଦ୍ଧରେ କୁଚକ୍ରୀମାନେ କେତେକ ମନଗଢ଼ା ଅଭିଯୋଗ ଆଣି ଗୁଡ଼ାଏ ପ୍ରଚାର ପତ୍ର ବାଣ୍ଟିଛନ୍ତିଗୁଲିଖଟି ଗପବୋଲି ଗୋଟାଏ କଥା ଅଛିମୁଁ ଭାବୁଛି ଅଭିଯୋଗ ଗୁଡ଼ିକ ତିଆରି କରିବା ବେଳେ ସେମାନେ ବୋଧ ହୁଏ ଗୁଲିଖଟିରେ ବସିଥିଲେତାଙ୍କର ସେଇ ମିଥ୍ୟା ଅଭିସନ୍ଧିମୂଳକ ଭିତ୍ତିହୀନ ଅଭିଯୋଗ ଗୁଡ଼ିକର ଉତ୍ତର ଦେବାର କୌଣସି ଆବଶ୍ୟକତା ନାହିଁକାରଣ ଆପଣମାନେ ଭଲ କରି ଜାଣନ୍ତିମୁଁ କଣ,ମୁଁ କିପରି ଲୋକମୁଁ କଣ କରିଚି କରିଚି ତଥାପି ସେହି ଅଭିଯୋଗ ସମ୍ପର୍କରେ କାହାର ମନରେ କିଛି ଦ୍ବିଧା ରହିଥିବ ମୁଁ ସେଥିପାଇଁ ତାର ଉତ୍ତର ଏଠାରେ ଦେବା ଉଚିତ ମନେ କରୁଚି

 ଉପେନ୍ଦ୍ର ମହାନ୍ତି ଟେବୁଲ୍ଉପରେ ଥିବା ପାଣି ଗ୍ଲାସ୍ଉଠାଇ ଧୀରେ ଧୀରେ ପାନ କଲେ,ରୁମାଲ୍ରେ ମୁହଁ ପୋଛି, ରୁମାଲ୍ଟିକୁ ଯତ୍ନର ସହିତ ପକେଟସ୍ଥ କଲେତାପରେ ସେ କହିବାକୁ ଆରମ୍ଭ କଲେ

 ମୋ ବିରୁଦ୍ଧରେ ପ୍ରଥମ ଅଭିଯୋଗ ମୁଁ ମନ୍ତ୍ରୀ ହୋଇ ବହୁତ କଳାଧନ ଅର୍ଜନ କରିଛିମୁଁ ପ୍ରଥମେ ମୋର ଅଭିଯୋଗ କର୍ତ୍ତାମାନଙ୍କୁ ମନେ ପକାଇ ଦେବାକୁ ଚାହେଁ,ମୁଁ ଉପେନ୍ଦ୍ର ମହାନ୍ତି ନିଜଗଡ଼ର ପୁରୁଣା ଜମିଦାର ରାୟ ବାହାଦୂର ବ୍ରଜେନ୍ଦ୍ର ମହାନ୍ତିଙ୍କର ନାତିରାୟ ସାହେବ ସୁରେନ୍ଦ୍ର ମହାନ୍ତିଙ୍କର ପୁଅମୁଁ ସେମାନଙ୍କର ପ୍ରତିନିଧି,ମୋ ସହିତ ନିର୍ବାଚନ ପ୍ରତିଦ୍ବନ୍ଦିତା କରୁଥିବା ଇସ୍କୁଲ ମାଷ୍ଟର ହରି ମହାପାତ୍ର ନୁହେଁହରି ମହାପାତ୍ରଙ୍କର ବାପା ଯଜମାନି କରୁଥିଲେତାଙ୍କ ଗୋସବାପା ରାୟ ବାହାଦୂର ବ୍ରଜେନ୍ଦ୍ର ମହାନ୍ତିଙ୍କର ମନ୍ଦିରର ପୂଜାରୀ ଥିଲେତେଣୁ ଧନ ସମ୍ପତ୍ତି ହରି ମହାପାତ୍ରଙ୍କୁ ଗୋଟାଏ ବଡ଼ କଥା ବୋଲି ଜଣା ପଡ଼ିବ ନିଶ୍ଚୟସେ ନିର୍ବାଚନରେ ଜିଣିଲେ ମାସକୁ ୫୦୦ଟଙ୍କା ଭତ୍ତା ପାଇବେତାଙ୍କ ଜୀବନରେ ସେ ସେତିକି ଟଙ୍କା ଏକ ସମୟରେ କେବେ ଭତ୍ତା ପାଇବେତାଙ୍କ ଜୀବନରେ ସେ ସେତିକି ଟଙ୍କା ଏକ ସମୟରେ କେବେ ଦେଖି ନଥିବେକିନ୍ତୁ ମୁଁ ଉପେନ୍ଦ୍ର ମହାନ୍ତି ଟଙ୍କା ପଇସା ଲୋଭରେ ରାଜନୀତି କରିବାକୁ ଆସିନାହିଁ ମୁଁ ମାସକୁ ପାଞ୍ଚଶହ ଟଙ୍କାରୁ ବେଶୀ ଗରୀବ ଛାତ୍ରଙ୍କୁ ସାହାଯ୍ୟ ଦେଇଥାଏମୋର ଅର୍ଥାଭାବ ବା ଅର୍ଥଲୋଭ ନଥିଲା ନାହିଁ, କେବେ ବି ରହିବ ନାହିଁଦୁର୍ନୀତି ନିରୋଧ କରିବା ପାଇଁ ମୁଁ ପ୍ରତିଜ୍ଞାବଦ୍ଧସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଁ କେବେ ପଶ୍ଚାଦ୍ପଦ ହୋଇନାହିଁ କିମ୍ବା ହେବନାହିଁସେଥିପାଇଁ ଯେଉଁମାନଙ୍କ ସ୍ବାର୍ଥରେ ଆଘାତ ଲାଗିଛି ସେମାନେ ମୋ ବିରୁଦ୍ଧରେ ଏହିପରି ଅପପ୍ରଚାର ଚଳେଇଛନ୍ତିମୋ ଦୃଢ଼ ବିଶ୍ବାସ ଆପଣମାନେ ସେହିମାନଙ୍କର ଅପପ୍ରଚାରରେ ଭୁଲିବେ ନାହିଁମୋର ବିଶ୍ବାସ ଅଛିଆପଣ ମାନେ ବିଶ୍ବାସ କରନ୍ତୁ,ମୁଁ ହାତରେ ଅନ୍ୟମାନଙ୍କୁ ଦାନ କରିବି ନାହିଁ ସିନା,ଅନ୍ୟ କାହାଠାରୁ ଏକ ପଇସା ଗ୍ରହଣ କରିବିନାହିଁ

 ଅଦୂରରେ ହରିହର ମହାପାତ୍ରେ ମନ୍ତ୍ରୀଙ୍କର ଭାଷଣ ଶୁଣୁଥିବା ବେଳେ ଭାବୁଥିଲେ,ସଂଜୟ କଣ ତାଙ୍କୁ ମିଛ ଖବର ଦେଇଥିଲା?

 ସଂଜୟ ତାଙ୍କର ଭଣଜାସେ ଡାକ୍ତରକଟକରୁ କୋରାପୁଟ ବଦଳି ବନ୍ଦ କରିବାକୁ ବହୁତ ଚେଷ୍ଟା କରି ନିସ୍ଫଳ ହେବାପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଉପେନ୍ଦ୍ର ମହାନ୍ତିଙ୍କୁ ତାହା ଚର ମାଧ୍ୟମରେ ଦଶ ହଜାର ଟଙ୍କା ଦେଇ ସେ କାର୍ଯ୍ୟ ହାସଲ କରିଥିଲାଏହା ଏକ ନୂଆ କଥା ନୁହେଁସ୍ବାସ୍ଥ୍ୟ ଦପ୍ତରର ଏହା ଏକ ଗତାନୁଗତିକ ନିୟମ ବୋଲି ସଂଜୟ ତାଙ୍କୁ ବୁଝାଇ ଦେଇଥିଲାଉପେନ୍ଦ୍ର ମହାନ୍ତିଙ୍କର କଥା ଦୃଢ଼ତା ହରିହର ମହାପାତ୍ରଙ୍କୁ ଟିକିଏ ଶଂକିତ କରି ପକେଇଲାନିଜ ଚିନ୍ତାକୁ ସ୍ଥଗିତ ରଖି ସେ ମନ୍ତ୍ରୀଙ୍କର ଭାଷଣ ପ୍ରତି ଧ୍ୟାନ ଦେଲେ

 ମୋ ବିରୁଦ୍ଧରେ ଦ୍ବିତୀୟ ଅଭିଯୋଗ ମୁଁ ମୋର ଆତ୍ମୀୟ ମାନଙ୍କୁ ବଡ଼ ବଡ଼ ଚାକିରୀରେ ବସେଇ ଦେଇଛିବିଶେଷତଃ ମୋ ପୁଅକୁ ମାସିକ ତିନିହଜାର ଟଙ୍କା ଦରମାରେ ଗୋଟାଏ କମ୍ପାନୀରେ ଅଫିସର୍କରେଇ ଦେଇଛିଏଭଳି ଏକ ଅଭିଯୋଗ ଯେ ବିକୃତ ମନର ପରିଚାୟକ ତାହା କହିବା ବାହୁଲ୍ୟ,ମୋର ପୁଅ ବି.. ପଢ଼ିଛିସେ ଯେଉଁ ଚାକିରୀ ପାଇଛି ସେଥିପାଇଁ ୧୫୦୦ ପ୍ରାର୍ଥୀ ଥିଲେସମସ୍ତଙ୍କୁ ଇଣ୍ଟରଭିଉ କରି ପରୀକ୍ଷା କରିବା ପରେ କମ୍ପାନୀର ବିଜ୍ଞ ବୁଦ୍ଧିମାନ ଡାଇରେକ୍ଟର୍ମାନେ ମୋର ପୁଅକୁ ଉପଯୁକ୍ତ ବୋଲି ବାଛିଲେମୋର ପୁଅର ଦକ୍ଷତା କଣ ମୋର ଦୋଷମୁଁ ହରି ମହାପାତ୍ରଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ-ମୁଁ ତାଙ୍କର ଛାତ୍ରନବମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ ପୁତୁରାକୁ ଶତକଡ଼ା ନବେ ନମ୍ବର ଦେଇ ଦେଉଥିଲେ,ଏବଂ ମୋତେ ମୋ ପରି ଆହୁରି ଅନେକ ପିଲାଙ୍କୁ କୃପଣଙ୍କ ପରି ୧୦ ନମ୍ବର ମଧ୍ୟ ଦେବାକୁ କୁଣ୍ଠିତ ହେଉଥିଲେମୁଁ ପଚାରିବାକୁ ଚାହେଁ ସେ ଏପରି ଅନ୍ୟାୟ,ଏପରି ପକ୍ଷପାତିତା କାହିଁକି କରୁଥିଲେତାଙ୍କ ପୁତୁରା ବର୍ଷକୁ ବର୍ଷ ଫାଷ୍ଟ ହୋଇ କ୍ଲାସ ଉଠି ଯାଉଥିବା ବେଳେ ଆମେ ଫେଲ୍ହୋଇ ପଛକେ ପଡ଼ି ରହୁଥିଲୁସେତେବେଳେ ତାଙ୍କର ବିଚାର ବୁଦ୍ଧି କୁଆଡ଼େ ଯାଇଥିଲାତାଙ୍କୁ ପୁଣି ତାଙ୍କର ଗୋଡାଣିଆ ମାନେ କହୁଛନ୍ତି ନେତା

 ସଭାସ୍ଥଳ କିଛି ସମୟ ପାଇଁ ହରି ମହାପାତ୍ର ମୁର୍ଦ୍ଧାବାଦ ଧ୍ବନିରେ ମୁଖର ହେଲା

 ହରିହର ନୀରବରେ ବିଗତ ଦିନ ଗୁଡ଼ିକୁ ମୁହୂର୍ତ୍ତକ ଭିତରେ ସ୍ମରଣ କରିନେଲେ

 ସମସ୍ତଙ୍କୁ ପାଠ ପଢ଼ାରେ ଲଗାଇବାକୁ ତାଙ୍କୁ ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଛିପଛରେ ପଡ଼ି ରହୁଥିବା ଛାତ୍ରମାନଙ୍କ ପାଇଁ ତାଙ୍କର ସବୁବେଳେ ବିଶେଷଦୃଷ୍ଟି  ବିଶେଷ ଯତ୍ନ ଥାଏଉପେନ୍ଦ୍ର ମହାନ୍ତିଙ୍କର ବାପା ଚାହୁଁଥିଲେ ତାଙ୍କ ପୁଅ ବିଲାତ ପଢ଼ିବାକୁ ଯାଉସାହେବମାନଙ୍କ ପରି ସାହେବ ହେଉସାର୍‌’ଉପାଧି ପାଇ କୁଳ ଉଜ୍ଜ୍ବଳ କରୁସେ ତାଙ୍କୁ ଅନୁରୋଧ କରିଥିଲେ ତାଙ୍କ ପୁଅ ପ୍ରତି ବିଶେଷ ଧ୍ୟାନ ଦେବାକୁକିନ୍ତୁ ଉପେନ୍ଦ୍ର ମହାନ୍ତି ଥିଲେ ପାଠପ୍ରତି ନିସ୍ପୃହପାଠ ପଢ଼ିବା ଥିଳା ତାଙ୍କର ଗୋଟିଏ ବିଳାସ ମାତ୍ରକିନ୍ତୁ ତାଙ୍କର ପୁତୁରା ନିରଞ୍ଜନ-ବାପା ମା ଛେଉଣ୍ଡ ନିରାଶ୍ରୟ ପିଲାଟାକୁ ପାଖରେ ରଖି ଅଳ୍ପ କିଛି ପାଠ ପଢ଼େଇ ଗୋଟାଏ କିରାଣୀ ଚାକିରୀରେ ଲଗେଇ ଦେବା ତାଙ୍କର ଲକ୍ଷ୍ୟ ଥିଲାକିନ୍ତୁ ସେ ପିଲାଦିନରୁ ମନକୁମନ ପାଠ ପଢ଼ି ଆଗେଇ ଚାଲିଲାସେ କେବେ ପ୍ରଥମ ସ୍ଥାନରୁ ତଳକୁ ଆସି ନାହିଁବିଶ୍ବବିଦ୍ୟାଳୟର ସବୁ ପରୀକ୍ଷାରେ ମଧ୍ୟ ତାର ସ୍ଥାନଥିଲା ପ୍ରଥମସେ ଏମ୍‌.. ପାଶ୍କରି ଅଧ୍ୟୟନ ହେଲାବିଲାତ ଯାଇ ଡକ୍ଟରେଟ୍କଲା ତାର କୃତୀତ୍ବ ତାର ସାଧନାର ଫଳକାହାର ପକ୍ଷପାତିତା ବା ଅନୁଗ୍ରହର ପାତ୍ର ସେ କେବେ ହୋଇନାହିଁଉପେନ୍ଦ୍ର ମହାନ୍ତିଙ୍କର ଅଭିଯୋଗ ପୁଣି ହରିହର ଭାବିଲେ,ଉପେନ୍ଦ୍ରର ଏବେ ବି ପିଲାଳିଆମି ଯାଇନାହିଁ

 ହରିହର ନିଜକୁ ଚିନ୍ତାମୁକ୍ତ କରି ମନ୍ତ୍ରୀଙ୍କର ଭାଷଣ ପ୍ରତି ପୁଣି ଧ୍ୟାନ ଦେଲେ

 ମୋ ବିରୁଦ୍ଧରେ ତୃତୀୟ ଅଭିଯୋଗ,ମୁଁ ଅଞ୍ଚଳର ଉନ୍ନତିପାଇଁ ବେଶୀକିଛି କରିନାହିଁମୁଁ କେବଳ ଏତିକି କହିବାକୁ ଚାହେଁ,ଗତ ଦଶବର୍ଷ ଭିତରେ ଅଞ୍ଚଳରେ ମୁଁ ଯାହା କାମ କରିଛି, ତାହା ଆଉ କେହି ୨୫ବର୍ଷ ଭିତରେ ବି କରିପାରି ନଥାନ୍ତାମୁଁ ଚାଲେଞ୍ଜ କରି କହିପାରେ,ହରି ମହାପାତ୍ରେ ସେତିକି କାମ ଶହେବର୍ଷ ଭିତରେ ବି କରେଇ ପାରିବେ ନାହିଁ ହରି ମହାପାତ୍ରେ ରାଜନୀତିର କଣ ଜାଣନ୍ତି?ତାଙ୍କର ବୁଦ୍ଧି କେତେ!କଥାରେ କହନ୍ତି ମାଷ୍ଟ୍ର ହେଲେ ବୁଦ୍ଧି ଲୋପ ପାଇଯାଏବାରବର୍ଷ ମାଷ୍ଟରି କରିଥିବା ଲୋକର ସାକ୍ଷ୍ୟକୁ ବ୍ରିଟିଶ୍ସରକାର ଅମଳେ ଜଜ୍ମାଜିଷ୍ଣ୍ରେଟ୍ମାନେ ଗ୍ରହଣ କରୁନଥିଲେ ବୋଲି ଶୁଣାଯାଏସେହିପରି ଜଣେ ବୃଦ୍ଧ ସ୍କୁଲ ମାଷ୍ଟର ଏଇ ଉପେନ୍ଦ୍ର ମହାନ୍ତି ଅପେକ୍ଷା ଅଧିକ କାମ କରି ପାରିବ ବୋଲି ଆପଣମାନେ ବିଶ୍ବାସ କରୁଛନ୍ତି?”

  ସଭାସ୍ଥଳରୁ ଉପେନ୍ଦ୍ର ମହାନ୍ତିଙ୍କ ସମର୍ଥକମାନେ ପାଟିକରି ଉଠିଲେ, ନାଁ ନାଁ ନାଁ ଉପେନ୍ଦ୍ର ମହାନ୍ତି ଆମର ନେତା; ହରି ମହାପାତ୍ର ମୁର୍ଦ୍ଦାବାଦ

  କୋଳାହଳ କମିବା ମାତ୍ରେ ଉପେନ୍ଦ୍ର ମହାନ୍ତି କହି ଚାଲିଲେ,“ଆପଣମାନେ ହରି ମହାପାତ୍ରଙ୍କର ସାଧାସିଧା ଚେହେରା ଦେଖି ଭାବନ୍ତୁ ନାହିଁମୁଁ ଜାଣେ ତାଙ୍କୁ କେହି କେହି ସରଳ ଲୋକନିଜ ଗଡ଼ର ସାକ୍ଷୀବୋଲି କହନ୍ତି କିନ୍ତୁ ମନେ ରଖନ୍ତୁ ଖଦଡ଼ ପିନ୍ଧିଲେ କେହି ଗାନ୍ଧୀ ବନିଯାଏ ନାହିଁ,ଜେଲ୍ଗଲେ ଲୋକ ନେତା ହୋଇଯାଏ ନାହିଁଦେଶପାଇଁ କାମ ନକଲେ, ଜାତି ପାଇଁ କାମ ନକଲେ ଲୋକସେବା ନକଲେ କେହି ନେତା ହେବାପାଇଁ ଯୋଗ୍ୟ ହୋଇ ପାରେନାଆପଣମାନେ ଜାଣନ୍ତି,ମୋର କଣ ବା ଅଭାବ ଥିଲା!ମୁଁ ତୁଳିତଳ୍ପରେ ଆରାମରେ ଦିନ ନକାଟି,ଦିନନାହିଁ ରାତିନାହିଁ,ଖରାନାହିଁ,ବର୍ଷା ନାହିଁ କାହିଁକି ଖଟୁଚି?କାହାପାଇଁ ଖଟୁଚି?ମୁଁ ଆପଣମାନଙ୍କ ପାଇଁ,ଦେଶପାଇଁ,ଜାତିପାଇଁ ସବୁ ତ୍ୟାଗ କରି ଦେଇଛି, ନିଜକୁ ଭୁଲି ଯାଇଛିମୋର ଲକ୍ଷ୍ୟମିଶୁ ମୋର ଦେହ ଏଦେଶ ମାଟିରେ,ଦେଶବାସୀ ଚାଲି ଯାଆନ୍ତୁ ପିଠିରେହରି ମହାପାତ୍ରଙ୍କ ପରି ଦରମାଖଣ୍ଡକ ପାଇଁ ମୁଁ ପିଲାମାନଙ୍କୁ ପାଠ ପଢ଼ାଉ ନାହିଁ

   ସଭାସ୍ଥଳ ପୁଣି ପ୍ରକମ୍ପିତ ହୋଇ ଉଠିଲା, ଉପେନ୍ଦ୍ର ମହାନ୍ତିଙ୍କ ଜୟ ନାଦରେ

 ସେଇ ଅବସରରେ ହରିହର ଟିକିଏ ଅନ୍ତର୍ସମୀକ୍ଷା କରିନେଲେ

 ତାଙ୍କୁ ଯେତେବେଳେ ୧୨ ବର୍ଷ,ସେ ସେତେବେଳେ ସତ୍ୟବାଦୀ ବନ ବିଦ୍ୟାଳୟ କଥା ପ୍ରଥମେ ଜାଣିବାକୁ ପାଇଥିଲେ, ତାଙ୍କର ଶିକ୍ଷକ ଥିଲେ ଜଣେ ଗାନ୍ଧିବାଦୀ ଆଦର୍ଶ ପୁରୁଷ-ଶମ୍ଭୁନାଥ ରାୟଚମତ୍କାର ଭାବରେ ସେ ପାଠ ପଢ଼ାଉଥିଲେ ମଝିରେ ମଝିରେ ସେ ଗାନ୍ଧିଜୀ ତାଙ୍କର ଅହିଂସା ଆନ୍ଦୋଳନର କଥା ମଧ୍ୟ ପିଲାମାନଙ୍କୁ କହୁଥିଲେତାଙ୍କଠାରୁ ସେ ଗୋପବନ୍ଧୁ,ତାଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ ତାଙ୍କର ସହକର୍ମୀ ନୀଳକଣ୍ଠ,ଗୋଦାବରୀଶ,ହରିହର,କୃପାସିନ୍ଧୁଙ୍କ କଥା ଶୁଣି ବହୁତ ଉଦ୍ବୁଦ୍ଧ ହୋଇଥିଲେକିଛିଦିନ ପରେ ଶମ୍ଭୁନାଥ ବାବୁଙ୍କୁ ପୋଲିସ ଗିରଫ କରି ନେଲାବନ୍ଧାହୋଇ ଯିବାବେଳେ ତାଙ୍କ ମନରେ ଟିକିଏ ଶୋଚନା ନଥିଲାସେ ଦମ୍ଭର ସହିତ କହି ଚାଲିଥିଲେବନ୍ଦେମାତରମ୍ମହାତ୍ମାଗାନ୍ଧୀକି ଜୟଭାରତ ମାତାକି ଜୟତାଙ୍କ ସ୍ବରରେ ସ୍ବର ମିଳାଇବାକୁ କାହାରି ସାହାସ ନଥିଲା କେବଳ ସେ ନିଜକୁ ସଂଜତ କରି ନପାରି ଥରେ ମାତ୍ର କହିଦେଇଥିଲେ ବନ୍ଦେ ମାତରମ୍ଏବଂ ସେଥିପାଇଁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଥିଲା ଏବଂ ସେଠାରେ କୋଡ଼ିଏ ବେତ ଖାଇବାକୁ ହୋଇଥିଲାତା ସହିତ ଦାରୋଗା ସାହେବଙ୍କଠାରୁ ଗୋଟିଏ ବ୍ରହ୍ମଚାପୁଡା,ସ୍ବରାଜ୍ୟ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇ ନଥିଲେ ମଧ୍ୟ ଗାନ୍ଧୀ ଗୋପବନ୍ଧୁଙ୍କ ଆଡ଼କୁ ତାଙ୍କର ମନ ଟାଣି ହୋଇ ଯାଇଥିଲାସତ୍ୟବାଦୀ ବନ ବିଦ୍ୟାଳୟରେ ପଢ଼ିବାପାଇଁ ମନସ୍ଥିର କରି ସେ କାହାକୁ କିଛି ନକହି ଆଠଦିନ କାଳ ଚାଲି ଚାଲି ଭୋକ ଉପାସରେ ସତ୍ୟବାଦୀରେ ପହଞ୍ଚିଲେସେଠାରେ ତାଙ୍କୁ ଆଶ୍ରୟ ମିଳିଥିଲାକିନ୍ତୁ ତାର ଅଳ୍ପ କିଛିକାଳ ପରେ ବନ ବିଦ୍ୟାଳୟ ଭାଙ୍ଗିଗଲାଯେତିକି ଦିନ ସେ ସେଠାରେ ପଢ଼ିଥିଲେ ତାର ଗଭୀର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲାସେ ଗୋଟିଏ କଥା ଭଲଭାବରେ ବୁଝିଥିଲେ- ବ୍ୟକ୍ତିର ବିକାଶରେ ହିଁ ସମାଜର ବିକାଶଦେଶର ବିକାଶତେଣୁ ପ୍ରତ୍ୟେକ ବ୍ୟକ୍ତି ସତ୍‌,ସାଧୁ,ସଚ୍ଚରିତ୍ର ହେଲେଯାଇ ଦେଶର ମଙ୍ଗଳ ହେବବାପୁଜୀଙ୍କର ସ୍ବରାଜ୍ୟର ସ୍ବପ୍ନ,ରାମରାଜ୍ୟର ସପ୍ନ ସଫଳ ହେବଆଗେ ନିଜର ଚରିତ୍ର ଗଠନ କରିବା ଥିଲା ସେଥିପାଇଁ ତାଙ୍କର ଆଜୀବନ ସାଧନାଗୋଦାବରୀଶ ନୀଳକଣ୍ଠଙ୍କ ପରି ସବୁ ମୋହ ତ୍ୟାଗ କରି ଶିକ୍ଷକ ହୋଇ ଭବିଷ୍ୟତର ନାଗରିକ ଗଢ଼ିବା ଥିଲା ତାଙ୍କର ଧେୟ ପର୍ଯ୍ୟନ୍ତ ଦୁଇଟି କାର୍ଯ୍ୟହିଁ ସେ କରି ଚାଲିଛନ୍ତିରାଜନୀତିର ବିଶେଷ ଅର୍ଥ ପ୍ରକୃତରେ ସେ ଜାଣନ୍ତି ନାହିଁରାଜନୀତିରେ ପଶି ଭୋଟ ଲଢ଼େଇରେ ଯୋଗଦେଇ ମନ୍ତ୍ରୀ ହେବାପରି ଏକ କାମନା ତାଙ୍କୁ କେବେ ଛୁଇଁନଥିଲା କିନ୍ତୁ ଲୋକଙ୍କର ସାନୁନୟ ଅନୁରୋଧକୁ ଏଡ଼ି ନପାରି ବାଧ୍ୟ ହୋଇ ସେ ନିର୍ବାଚନରେ ଠିଆ ହେବାକୁ ସମ୍ମତି ପ୍ରଦାନ କରିଥିଲେଉପେନ୍ଦ୍ର ମହାନ୍ତିଙ୍କୁ ଏବେ ମଧ୍ୟ ସେ ନିଜର ପିଲାପରି ଶ୍ରଦ୍ଧା କରନ୍ତିତାଙ୍କ ପ୍ରତି ତାଙ୍କର ଅନ୍ତରରେ ଟିକିଏ ବିଦ୍ବେଷ ଭାବ ନାହିଁହୁଏତ ପ୍ରକୃତରେ ସେ ଉପେନ୍ଦ୍ର ମହାନ୍ତିଙ୍କର ସମକକ୍ଷ ନୁହନ୍ତିକିନ୍ତୁ ରାଜନୀତିରେ  ପଶିଥିବା ଆବିଳତା କଥା,ଶାସନ କଳର ଦୁର୍ନୀତି କଥା ଏବଂ ଦେଶର ଅଧୋଗତି କଥା ଶୁଣି ଦେଶର ବାୟୁମଣ୍ଡଳକୁ ନିର୍ମଳ କରିବାକୁ ଗୁଣ୍ଡୁଚି ମୂଷାପରି ଯଥାଶକ୍ତି ଚେଷ୍ଟା କରିବେ ବୋଲି ସ୍ଥିର କରି ସେ ଲୋକମାନଙ୍କର ଅନୁରୋଧ ରକ୍ଷାକରିବାକୁ ବାଧ୍ୟହେଲେଲୋକମାନଙ୍କର ତାଙ୍କ ଉପରେ ଥିବା ଆସ୍ଥାକୁ ସେ ତୁଚ୍ଛ ମନେକରି ପାରିଲେ ନାହିଁତଥାପି କାହିଁକି ଉପେନ୍ଦ୍ର ମହାନ୍ତିଙ୍କର ତାଙ୍କ ପ୍ରତି ବ୍ୟଙ୍ଗୋକ୍ତି ହୃଦୟର କେଉଁ ଏକ ଗଭୀର ଗୋପନ ସ୍ଥାନରେ ତାଙ୍କୁ ଆଘାତ ଦେଲା

 ସେ ଆଘାତର ଯନ୍ତ୍ରଣାକୁ ଚେଷ୍ଟାକରି ମନରୁ ପୋଛିଦେଇ ସେ ପୁଣି ଭାଷଣ ଶୁଣିବାକୁ ମନ ଦେଲେ

   କେହି କେହି ଭାବନ୍ତି ହରି ମହାପାତ୍ରେ ଜଣେ ପରମ ସାଧୁ ପୁରୁଷସେ ଗାନ୍ଧିଙ୍କ ପରି ଆଣ୍ଠୁ ଲୁଚୁ ନଥିବା ଖଦଡ଼ ଲୁଗା ପିନ୍ଧନ୍ତିନିଜେ ଅରଟରେ  ସୂତା କାଟନ୍ତି ଭାତ ଡାଲମା ତାଙ୍କର ଖାଦ୍ୟସ୍କୁଲରେ ପିଲାମାନଙ୍କ ସହିତ ରାମଧୂନ୍ଗାଆନ୍ତି-ସେଥିପାଇଁ ସେ ଜଣେ ଗାନ୍ଧିକିନ୍ତୁ ମୁଁ କହିବି,ପ୍ରକୃତରେ ସେ ତାହା ନୁହନ୍ତିସେ ମୋର ପୂଜ୍ୟ ଶିକ୍ଷକମୁଁ ତାଙ୍କୁ ସବୁବେଳେ ମାନି ଆସିଚିଭଲ ହୁଅନ୍ତୁ ମନ୍ଦ ହୁଅନ୍ତୁ ସେ ମୋର ଗୁରୁମୁଁ କେବେ ତାଙ୍କର ନିନ୍ଦା କରିନାହିଁକିନ୍ତୁ ଅବସ୍ଥା ଚକ୍ରରେ ପଡ଼ି ମତେ ତାଙ୍କର ଅସଲ ରୂପକୁ ପଦାରେ ପକାଇ ଦେବାକୁ ପଡ଼ୁଚିମୁଁ ସତ କହୁଚି,ମତେ ଯଦି ହରି ମହାପାତ୍ରେ ଆସି ଖାଲି କହିଥାଆନ୍ତେଉପେନ୍ଦ୍ର ମୁଁ ଭୋଟରେ ଠିଆ ହେବାକୁ ଚାହୁଁଚି’,ତାହାହେଲେ ମୁଁ ନିଜେ ନିଜେ ଆଡ଼େଇ ଯାଇଥାନ୍ତି ଖାଲି ସେତିକି ନୁହେଁ ଆଜି ଏଇ ସଭାରେ ମୁଁ ତାଙ୍କ ପାଇଁ ଭୋଟ ପ୍ରଚାର କରିବାକୁ ଠିଆ ହୋଇଥାଆନ୍ତିମୁଁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତାଙ୍କୁ ଜିଣେଇଥାନ୍ତିଅନ୍ତତଃ ମୁଁ ମୋର ଗୁରୁଙ୍କୁ ଉପଯୁକ୍ତ ଗୁରୁ ଦକ୍ଷିଣା ଦେଇଛି ବୋଲି ମନେ ମନେ ଶାନ୍ତି ପାଇଥାନ୍ତିମୁଁ ଭାବୁଥିଲି ହୁଏତ ହରି ମହାପାତ୍ରେ ମତେ ଡାକି ସେଇକଥା କହିବେ କାରଣ ଆପଣ ମାନଙ୍କ ପରି ମୋର ମଧ୍ୟ ବିଶ୍ବାସ ଥିଲା ଯେ ସେ ଜଣେ ସତ୍ଲୋକ,ସାଧୁଲୋକକିନ୍ତୁ ମୋର ପର୍ବତ ପରି ସେ ବିଶ୍ବାସ ଗୋଟାଏ ମୁହୂର୍ତ୍ତରେ ଭାଙ୍ଗି ଧୁଳିସାତ୍ହୋଇଗଲାମୁଁ ଏବେ ମଧ୍ୟ ଭାବୁଚି, ଯାହା ତାହାକଣ ସତରେ ସତ୍ୟ ନା ତାହାମୋର ଗୋଟାଏ ଦୁଃସ୍ବପ୍ନମୁଁ ଯାହା କହିବାକୁ ଯାଉଛି, ତାହା ଅତି ବିସ୍ମୟକରତାହା କହିବାକୁ ମତେ କଷ୍ଟ ଲାଗୁଚି,ଲଜ୍ଜ୍ବାଲାଗୁଚି,ଦୁଃଖ ଲାଗୁଚି




+ -