ଗୋଟିଏ ସଭାର ବିବରଣୀ




ଦିଲୀପ ମହାନ୍ତି ଚିଠିଟି ପଢ଼ିସାରି ଲଫାପାଟକୁ ଟାଣିଆଣି ଠିକଣାଟାକୁ ଭଲକରି ଦେଖିଲେ ଠିକଣା ଠିକ୍ଥିଲା-ଦିଲୀପ ମହାନ୍ତି,ଡେପୁଟି ଚିଫ୍ଇଂଜିନିୟର ଇତ୍ୟାଦି

   ଚିଠିର ପ୍ରେରକ ତାଙ୍କର ଅପରିଚିତ ନୁହଁନ୍ତିନିଜ ରାଜ୍ୟ ବାହାରେ ଦୀର୍ଘକାଳ ଚାକିରୀ କରିବା ଫଳରେ ସେ ନିଜ ଲୋକଙ୍କଠାରୁ ବହୁତ ଦୂରେଇ ଯାଇଛନ୍ତିଏକ ସମୟରେ ଏକାନ୍ତ ଅନ୍ତରଙ୍ଗ ଥିବା ବନ୍ଧୁ ମାନଙ୍କର ନାଁ ସେ ବର୍ତ୍ତମାନ ପ୍ରାୟ ଭୁଲିଗଲେଣିଆତ୍ମୀୟ ସ୍ବଜନ ମାନଙ୍କ ସହିତ କଦବା କ୍ବଚିତ୍ପତ୍ର ମାଧ୍ୟମରେ ସମ୍ପର୍କ ରହିଚି ମାତ୍ରଏହିପରି ଅବସ୍ଥାରେ ତାଙ୍କ ରାଜ୍ୟର ଜଣେ ଖ୍ୟାତନାମା ବ୍ୟକ୍ତିଙ୍କଠାରୁ ଖଣ୍ଡିଏ ଚିଠିପାଇ ସେ ଚିଠିଟି ତାଙ୍କର କି ନୁହେଁ ଭଲକରି ପରୀକ୍ଷା କରିନେବା ନିଶ୍ଚୟ ଦରକାର ଥିଲା

  ଚିଠିଟି ଲେଖିଥିଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କୁବେର ଦଳେଇ

   କୁବେର ଦଳେଇ ତାଙ୍କର ଗାଁ ପାଖର ଲୋକଏକା ସାଙ୍ଗରେ ଆଠବର୍ଷ ଅର୍ଥାତ୍ଚତୁର୍ଥ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେତାପରେ ଉଭୟେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତିଦୀର୍ଘ ୩୦ ବର୍ଷ ଭିତରେ ଆଉ ଥରଟିଏ ବି ଦେଖା ସାକ୍ଷାତ ହୋଇନାହିଁଏହା ଭିତରେ ସରପଞ୍ଚରୁ ଉଠି ଉଠି କୁବେର ଦଳେଇ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ଏବଂ ଆସିଷ୍ଟାଣ୍ଟ୍ଇଂଜିନିୟର ରୁ ଉଠି ଉଠି ଦିଲୀପ ମହାନ୍ତି ହୋଇଛନ୍ତି ପ୍ରସିଦ୍ଧ କମ୍ପାନୀର ଡେପୁଟି ଚିଫ୍ଇଂଜିନିୟର

  କୁବେର ଦଳେଇଙ୍କ ଚିଠିଥିଲା ନିହାତି ଅପ୍ରତ୍ୟାଶିତଲେଖିଥିଲେ,ସ୍ଥାନୀୟ ଲୋକମାନଙ୍କର ଅଭାବ ପୂରଣ କରିବା ପାଇଁ ସେ ସେମାନଙ୍କର ପୁରାତନ ହାଇସ୍କୁଲଟିକୁ ଏକ କଲେଜରେ ପରିଣତ କରିବାକୁ ଯାଉଛନ୍ତିସେହି କଲେଜର ଉଦ୍ଘାଟନ ଉତ୍ସବରେ ପୁରୋଧା ଭାବରେ ଯୋଗ ଦେବାପାଇଁ ସେ ଦିଲୀପ ମହାନ୍ତିଙ୍କୁ ସନିର୍ବନ୍ଧ ନିମନ୍ତ୍ରଣ କରୁଛନ୍ତି ଏବଂ ସେ ନାସ୍ତିବାଚକ ଉତ୍ତର ଶୁଣିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି

   ଅଗତ୍ୟ ଦିଲୀପ ମହାନ୍ତିଙ୍କୁ ମନ୍ତ୍ରୀ ମହୋଦୟ ତଥା ତାଙ୍କର ଏକଦା ସହସାଥୀ କୁବେର ଦଳେଇଙ୍କର ନିମନ୍ତ୍ରଣ ରକ୍ଷା କରିବାକୁ ପଡ଼ିଲାନିର୍ଦ୍ଦିଷ୍ଟ ତାରିଖରେ ଦିଲୀପ ମହାନ୍ତି ତାଙ୍କର ଘର ପାଖ ଷ୍ଟେସନ୍ରେ ଓହ୍ଲେଇଲେଅଭାବିତ ଭାବରେ ମନ୍ତ୍ରୀ ମହୋଦୟଙ୍କର କାର୍ତାଙ୍କ ପାଇଁ ଅପେକ୍ଷା କରି ରହି ଥିଲାମନ୍ତ୍ରୀ ମହୋଦୟ ଅବଶ୍ୟ ନିଜେ ଆସି ପାରି ନଥିଲେ ବୋଲି ଦୁଃଖ କରି ସମ୍ବାଦ ପଠାଇଥିଲେତାଙ୍କୁ ପାଛୋଟି ନେବାପାଇଁ କଲେଜର ଅଧ୍ୟକ୍ଷ ଡଃ.ସଞ୍ଜୀବ ମିଶ୍ର,କଲେଜ ପରିଚାଳନା ସମିତିର ସଭାପତି ତଥା ତାଙ୍କର ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରିବାବୁ ଏବଂ ଅତ୍ୟନ୍ତ ଅପରିଚିତ କେତେଜଣ କଲେଜ ଛାତ୍ର ଷ୍ଟେସନ୍ରେ ପୁଷ୍ପମାଲ୍ୟ ସହିତ ଉପସ୍ଥିତ ଥିଲେ

   ଏସବୁ ଦିଲ୍ଲୀପ ମହାନ୍ତିଙ୍କର ବହୁତ ଅସ୍ବସ୍ତିବୋଧର କାରଣ ହୋଇଥିଲା ଅବଶ୍ୟସେ ଏତେଗୁଡ଼ାଏ ଅଭ୍ୟର୍ଥନାର ଆବଶ୍ୟକତା ଥିଲା ବୋଲି ଆଦୌ ଅନୁଭବ କରୁ ନଥିଲେନିଜ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା କଲେଜପାଇଁ ତାଙ୍କର କୌଣସି ସମ୍ମାନ ପ୍ରାପ୍ୟ ନୁହେଁ ସେ ଏହାହିଁ ବୋଧ କରୁଥିଲେପୂର୍ବତନ ପ୍ରଧାନ ଶିକ୍ଷକ ନରହରିବାବୁଙ୍କ ପାଦ ଛୁଇଁ ସେ ପ୍ରଣାମ କରିଥିଲେଏବଂ ତାଙ୍କ ପାଖରେ କାର୍ରେ ବସିବାବେଳେ ଯଥା ସମ୍ଭବ ସଞ୍ଜତ ହୋଇ ବସିଥିଲେକଲେଜରେ ପହଞ୍ଚିବା ମାତ୍ରେ ସେଠାରେ ତାଙ୍କୁ ପାଛୋଟି ନେବାପାଇଁ ଆଗେଇ ଆସିଥିଲେ ସ୍ବୟଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କୁବେର ଦଳେଇଦେଖିବାମାତ୍ରେ ତାଙ୍କୁ ଗଭୀର ଆଲିଙ୍ଗନ କରି ପକେଇଲେଦିଲୀପ ମହାନ୍ତିଙ୍କର ଚେହେରାରେ ବିଶେଷ ପରିବର୍ତ୍ତନ ହୋଇ ନଥିଲାକିନ୍ତୁ କୁବେର ଦଳେଇଙ୍କର ଚେହେରାରେ ଏକ ତୁମୁଳ ପରିବର୍ତ୍ତନ ଘଟି ଯାଇଥିଲା ଦିଲୀପ ମହାନ୍ତି ନିଜକୁ ନିଜେ କହିଲେ ଯେ ଅନ୍ୟ ସ୍ଥାନରେ କୁବେର ଦଳେଇଙ୍କୁ ଦେଖିଥିଲେ,ସେ କଦାପି ତାଙ୍କୁ ଚିହ୍ନିପାରି ନଥାନ୍ତେ

  ପ୍ରଧାନ ଅତିଥିଙ୍କ ପାଇଁ କୁବେର ଦଳେଇଙ୍କର ଆୟୋଜନରେ କୌଣସି ତ୍ରୁଟି ନଥିଲାତାଙ୍କୁ ଷ୍ଟେସନ୍ରୁ ପାଛୋଟି ଆଣିବାଠାରୁ ତାଙ୍କର ବିଦାୟ ପର୍ଯ୍ୟନ୍ତ ଯାହା କିଛି କରଣୀୟ ସେ ସବୁ ଆଗରୁ ଠିକ୍କରି ଦେଇଥିଲେ ଏବଂ ନିଖୁଣ ଭାବରେ ସେ ଗୁଡ଼ିକ କାର୍ଯ୍ୟରେ ପରିଣତ ହେଉଥିଲା

   ସେହିଦିନ ସନ୍ଧ୍ୟାରେ କଲେଜରେ ଉଦ୍ଘାଟନ ଉତ୍ସବ ଏବଂ ଠିକ୍ତା ପରେ ଥିଲା ସାଧାରଣ ସଭାମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ପାଇଁ ବୋଧହୁଏ ସେ ଦିନ ସାଧାରଣ ସଭାରେ ପ୍ରବଳ ଲୋକ ସମାବେଶ ହୋଇଥିଲା

   ସଭା ଆରମ୍ଭ ହେଲା

   ପ୍ରଥମେ କଲେଜ ପରିଚାଳନା ସଭାପତି କଲେଜ ସମ୍ପର୍କରେ ଏକ ରିପୋର୍ଟ ପାଠକଲେସେଥିରେ ଥିଲା କଲେଜ ପ୍ରତିଷ୍ଠା ପାଇଁ କରା ଯାଇଥିବା ଉଦ୍ୟମର ଏକ ବିବରଣୀବିଶେଷ ଭାବରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ସ୍ଥାନୀୟ ଲୋକସାଧାରଣଙ୍କର ସହଯୋଗ ଭିକ୍ଷାତାପରେ କଲେଜର ଅଧ୍ୟକ୍ଷଙ୍କ ଭାଷଣକେତେଜଣ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କର ମନ୍ତ୍ରୀ ମହୋଦୟଙ୍କର ପ୍ରଚଣ୍ଡ ପ୍ରଶସ୍ତି ସହିତ ଦୀର୍ଘ ଜୀବନ କାମନା କରି ଭାଷଣ ଏବଂ ତାପରେ ପ୍ରଧାନ ଅତିଥିଙ୍କର ଭାଷଣ

   ଦିଲୀପ ମହାନ୍ତିଙ୍କୁ ପ୍ରକୃତରେ ଏସବୁ କିଛି ଭଲ ଲାଗୁ ନଥିଲାରାଜନୀତି ମିଶା ଶିକ୍ଷାନୀତିରେ ତାଙ୍କର ଆଗ୍ରହ ନଥିଲାକୁବେର ଦଳେଇଙ୍କର ନିମନ୍ତ୍ରଣ ରକ୍ଷାକରି ସେ ଭୁଲ୍କରିନାହାନ୍ତି ଏଭଳି ଏକ ବିଶ୍ବାସ ତାଙ୍କ ମନକୁ ଆସୁନଥିଲା ତାଙ୍କୁ ପ୍ରଧାନ ଅତିଥି କରିବାରେ ଏବଂ ତାଙ୍କୁ ଏପରି ଅପ୍ରତ୍ୟାଶିତ ଭାବେ ଅଭ୍ୟର୍ଥିତ କରିବାରେ କୁବେର ଦଳେଇଙ୍କର କି ଉଦ୍ଦେଶ୍ୟ ଥାଇପାରେ ସେ ଜାଣି ପାରି ନଥିବାରୁ ମନେ ମନେ ଶଙ୍କିତ ହେଉଥିଲେବିଶେଷତଃ ଏହିଭଳି ଅନୁଷ୍ଠାନ ମାନଙ୍କରେ ସରକାରୀ ସାହାଯ୍ୟ ଆଶାରେ ମନ୍ତ୍ରୀ କିମ୍ବା ବିଶେଷ ଦାନ ପ୍ରତ୍ୟାଶାରେ ଶିଳ୍ପପତି,ଚୋରା ବ୍ୟବସାୟୀ ପ୍ରଭୃତିଙ୍କୁ ପ୍ରଧାନ ପୁରୋଧାର ସମ୍ମାନ ମିଳିଥାଏ ଏବଂ ସେମାନେ ମଧ୍ୟ ଯେ ଯଥୋଚିତ ମୂଲ୍ୟଦେଇ ସେହି ସମ୍ମାନ ପାଇଁ ଲାଳାୟିତ, ଏହା ଅନସ୍ବୀକାର୍ଯ୍ୟକିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଦିଲୀପ ମହାନ୍ତିଙ୍କର ସେପରି କୌଣସି ଯୋଗ୍ୟତା ନଥିଲା ଉଚ୍ଚ ପଦବୀରେ ରହି ଅନେକ ଅର୍ଥ ଉପାର୍ଜନ କରୁଥିଲେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଦାନ କରିବା ପରି କିଛି ସଞ୍ଚୟ ନଥିଲାତେଣୁ ତାଙ୍କର ଭୟ ହେଉଥିଲା ଯଦି ମୋଟା ଅଙ୍କ ଆଶାରେ କୁବେର ଦଳେଇ ତାଙ୍କ ଉପରେ ଆଖି ପକାଇ ଥାଆନ୍ତି ତାହାହେଲେ ସେ ଆତ୍ମ ସମ୍ମାନ ରକ୍ଷା କରିବେ କିପରି!କୁବେର ଦଳେଇ ନିଜେ କଲେଜ ପାଇଁ ଆବଶ୍ୟକ ହୋଇଥିବା ଜମିଯାକ ଦେଇଥିଲେକଲେଜ ପାଇଁ ବହୁଭାବରେ ସରକାରୀ ବେସରକାରୀ ସାହାଯ୍ୟ ପାଇବା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟତେଣୁ ଦିଲୀପ ମହାନ୍ତିଙ୍କଠାରୁ ଯେ ସେ ମୋଟା ପରିମାଣର ଦାନ ପ୍ରତ୍ୟାଶା କରିନଥିବେ କଥା ଭାବିବା କଣ ଠିକ୍ଦିଲୀପ ମହାନ୍ତି ନଭାବି ନଚିନ୍ତି ନିମନ୍ତ୍ରଣ ରକ୍ଷା କରିଥିବାରୁ ମନେ ମନେ ନିଜକୁ ନିଜର ନିର୍ବୋଧତା ପାଇଁ ତାଡ଼ନା କରୁଥିଲେ

   ଏହି ସମୟରେ ତାଙ୍କର ଭାଷଣ ଦେବାର ପାଳି ପଡ଼ିଲା ଏବଂ ସେ ନିଜର ବକ୍ତବ୍ୟ ଆରମ୍ଭ କଲେ ଅଧଘଣ୍ଟାଏ ପରେ ଶେଷ କଲେତାଙ୍କର ଭାଷଣ ପ୍ରାଣ୍ଡବନ୍ତ ହେଲା ନାହିଁ ବୋଲି ତାଙ୍କର ଧାରଣା ହେଲାତଥାପି ସେ ଲକ୍ଷ୍ୟକଲେ ଭାଷଣ ଶେଷରେ ବେଶ୍କରତାଳି ହେଲା

   ତା ପରେ ସଭାର ସଭାପତି ଉପମୁଖ୍ୟମନ୍ତ୍ରୀ କୁବେର ଦଳେଇ ତାଙ୍କର ଭାଷଣ ଦେବାକୁ ଠିଆ ହେଲେଉଲ୍ଲସିତ କରତାଳିରେ ତାଙ୍କୁ ସ୍ବାଗତ କରାଗଲା




+ -