ବୀଚିମାଳାର ଚିଠି




ବୀଚିମାଳା ନାମରେ ସେଦିନ ତିନିଖଣ୍ଡ ଚିଠି ଆସିଥିଲାତିନୋଟି ଲଫାପାପ୍ରତ୍ୟେକଟି ଉପରେ ତାର ନାମ ଠିକଣା ସୁନ୍ଦର ଅକ୍ଷରରେ ଲେଖାଅକ୍ଷର ଦେଖି ହିଁ ବୀଚିମାଳା ଜାଣି ପାରିଥିଲା ପତ୍ର ପ୍ରେରକ କିଏ

  ତିନୋଟି ଚିଠି ଆସିଥିଲା ଗୋଟିଏ ସ୍ଥାନରୁ,କିନ୍ତୁ ତିନିଜଣ ଭିନ୍ନ ଭିନ୍ନ ପୁରୁଷଙ୍କ ଠାରୁସେମାନେ ହେଲେ ରାଜେଶ୍ବର, ବ୍ରଜେଶ୍ବର ବୀରେଶ୍ବର ସେମାନେ ତିନିଭାଇ,ପ୍ରତ୍ୟେକଙ୍କୁ ସେ ଭଲଭାବରେ ଜାଣେସେମାନଙ୍କ ପରିବାର ଭିତରେ ବୀଚିମାଳା ଦୀର୍ଘ ଦୁଇବର୍ଷ କଟେଇଛିସେମାନେ ତାର ନିକଟତମ ଆତ୍ମୀୟରାଜେଶ୍ବର ବୀଚିମାଳାର ବଡ଼ ଭଉଣୀ ଊର୍ମିମାଳାର ସ୍ବାମୀବୀଚିମାଳାର ବାପା ଅଧ୍ୟାପକ ହିତେନ୍ଦ୍ର ବାବୁ ଦୁଇବର୍ଷ ପାଇଁ ବିଦେଶକୁ ଚାଲିଯିବାରୁ ବୀଚିମାଳାକୁ କଟକ ଛାଡ଼ି ପୁରୀରେ ଯାଇ ଦୁଇବର୍ଷ ପଢ଼ିବାକୁ ପଡ଼ିଲାବୀଚିମାଳା ଅବଶ୍ୟ ହଷ୍ଟେଲରେ ରହି କଟକରେ ପଢ଼ିପାରିଥାନ୍ତାକିନ୍ତୁ ଊର୍ମି ରାଜେଶ୍ବର ତାକୁ ପୁରୀ ନେଇଗଲେ

 ଦୁଇବର୍ଷର ପଢ଼ାପରେ ଶେଷ ପରୀକ୍ଷା ଦେଇ ବୀଚିମାଳା ଘରକୁ ଫେରି ଆସିଥିଲାଆଉ ତାକୁ ପୁରୀଯିବାକୁ ହେବନାହିଁହିତେନ୍ଦ୍ର ବାବୁ ଏହାଭିତରେ ବିଦେଶରୁ ଫେରିଆସିଛନ୍ତିକଟକରୁ ଆସିବାର ପ୍ରାୟ ସପ୍ତାହକ ପରେ ତା ପାଖକୁ ଚିଠି ଲେଖିଛନ୍ତି ତିନିଭାଇ ରାଜେଶ୍ବର,ବ୍ରଜେଶ୍ବର ବୀରେଶ୍ବର

  ବୀଚିମାଳା ପ୍ରଥମେ ସବା ସାନଭାଇ ବୀରେଶ୍ବରର ଚିଠିଟି ଖୋଲି ପଢ଼ିଲାବୀରେଶ୍ବର ପୁରୀରେ ଥିଲା ତାର ସହପାଠୀଅବଶ୍ୟ ବୀରେଶ୍ବର ଥିଲା ବିଜ୍ଞାନର ଛାତ୍ରପ୍ରାୟ ସମବୟସୀବୀରେଶ୍ବର ଲେଖିଥିଲା

  ହେ ଏକ ମଧୁସାଗରର ବିଚୀମାଳା”,

  ତୁମ ପାଖକୁ ମୋର ଚିଠି ଲେଖିବାର ଦୁଃସାହସକୁ କ୍ଷମା କରଚିଠି ନଲେଖି ରହିପାରିଲି ନାହିଁଅନ୍ତରର ଅଫୁରନ୍ତ ଭାବନାକୁ ଭାଷାରେ ପ୍ରକାଶ କରି ନିଜକୁ ଟିକିଏ ଶାନ୍ତ କରିବାକୁ ମୋର ଚେଷ୍ଟା,ତୁମ ମନରେ କିଛି ପ୍ରଭାବ ପକାଇ ନପାରେତଥାପି ଚିଠି ଲେଖି ବିରକ୍ତ କରୁଛି

  ବିଚୀମାଳା,ମୁଁ ଜାଣେ ତୁମେ ଏକ ମହାସାଗରର ଉଚ୍ଛ୍ବସିତ ଚଞ୍ଚଳ ଚପଳ ବୀଚିମାଳାତୁମକୁ ଛୁଇଁ ହୁଏ,କିନ୍ତୁ ବାନ୍ଧିରଖିବା ସମ୍ଭବ ନୁହେଁତଥାପି ମନୁଷ୍ୟ ବଡ଼ ନିର୍ବୋଧସେ ଦୁରାଶାକୁ ହିଁ ପୋଷଣ କରେଆନନ୍ଦର ଆଶାରେ କଷ୍ଟ ବରଣ କରେମୁଁ ମୋର ସେହିପରି ଏକ ଅବୋଧ୍ୟ ଅବାଧ୍ୟ ଆଶାକୁ ପ୍ରକାଶ ନକରି ରହିପାରୁ ନାହିଁ

  ଦୀର୍ଘ ଦୁଇବର୍ଷ ଧରି ତୁମ ସହିତ ଘନିଷ୍ଠ ଭାବରେ ମିଳାମିଶା କରିଛିଦୁହେଁ ଯାକ ସାଙ୍ଗହୋଇ ପାଠ ପଢ଼ିଛେ ସାଙ୍ଗହୋଇ କଲେଜ ଯାଇଛେପାଠ ଅପାଠ କେତେ ବିଷୟରେ କେତେ ଆଲୋଚନା,ଯୁକ୍ତିତର୍କ କରିଛେଭାଇଙ୍କର ଶାଳୀବୋଲି ତୁମକୁ କେତେ ପରିହାସ କରିଛିକିନ୍ତୁ ମୁଁ କଣ ପ୍ରକୃତରେ ସେତିକି ସଂପର୍କ ଭିତରେ ନିଜକୁ ପୂର୍ଣ୍ଣ ପ୍ରକାଶ କରିପାରିଛି?ଆକଣ୍ଠ କୁଣ୍ଠାକୁ ଅତିକ୍ରମ କରି ସ୍ବୀକାର କରୁଛି,କରିନାହିଁ ସମସ୍ତ ବାହାରେ ମୋର ଅନ୍ତରର ମନୁଷ୍ୟଟି ରହିଯାଇଛିସେ କେବଳ ତୁମକୁ ଦେଖିଛିତୁମର ଅସୀମ ରୂପରାଶି ଅବଲୋକନ କରି ମୁଗ୍ଧ ହୋଇଛିବୀଚିମାଳା,ମୁଁ ବହୁତଥର ଭାବିଛି ମନଖୋଲି କହିବି,ସୁନ୍ଦରୀ ବୀଚିମାଳା,ତୁମେ ଅତୁଳନୀୟା,ତୁମେ ଅଦ୍ବିତୀୟା,ତୁମେ ଅନୁପମାକିନ୍ତୁ ସେ କଥା କେବେ କହିପାରିନାହିଁତୁମର ସରଳ ନିରାଡମ୍ବର ଦେଶ,ସହଜ ମଧୁର ବ୍ୟବହାର ମୋ ଅନ୍ତରକୁ ଅସୀମ ଆନନ୍ଦରେ ପ୍ଳାବିତ କରିଛିମୋ ହୃଦୟକୁ ପଲ୍ଲବିତ କରିଛିତୁମର ଚରଣ ତଳେ ମୋର ସମସ୍ତ ସତ୍ତା ସ୍ବତଃ ନିବେଦିତ ହୋଇଯାଇଛି ନୀରବରେଧୀରେ ଧୀରେ ଏକ ଗଭୀର ପ୍ରେମ ଗଢ଼ିଉଠିଛି ମୋ ଭିତରେମୋର କେତେ କବିତାର ପ୍ରେରଣା ତୁମେ,କେତେ ଗଳ୍ପର ନାୟିକା ତୁମେକେବଳ ତୁମକୁହିଁ ମୁଁ ଭିନ୍ନ ଭିନ୍ନ ଭାବରେ ଅଙ୍କନ କରିଛି

 କିନ୍ତୁ ଖୁବ୍ନିକଟରେ ଥାଇ ବି ତୁମେଥିଲ ସୁଦୂରଆଜି ତୁମେ ପ୍ରକୃତରେ ବହୁ ଦୂରରେ କିନ୍ତୁ ତୁମର ସ୍ମୃତି ସ୍ବପ୍ନ ଭିତରେ ତୁମେ ଯେ ମୋର କେତେ ନିକଟତମ ତାହା ମୁଁ ହୃଦୟଙ୍ଗମ କରିଛିଏଇ ଘର ଭିତରେ ତୁମେ ଥିଲ,ତୁମର ଜ୍ୟୋତି ବିକୀରଣ କରୁଥିଲତୁମର ଅନୁପସ୍ଥିତି,ତୁମର ଅଭାବ ଆଉ କେହି ଅନୁଭବ କରୁଛି କି ନା ମୁଁ ଜାଣେନା,କିନ୍ତୁ ମୋର ହୃଦୟ ହାହାକାର କରି ଉଠୁଛିମୋ ଅନ୍ତରର ବେଦନା କିପରି ଭାଷାରେ ପ୍ରକାଶ କରିବି ଜାଣେନା

 ବଡ଼ ଦୁଃସାହସ କରି ଚିଠି ଲେଖିଲିମୋର ତ୍ରୁଟି ମାର୍ଜନା କରିବତୁମେ ଯିବା ପରେ ପରେ ଲେଖା ମୋର ଗୋଟିଏ କବିତାରୁ କେତୋଟି ପଦ ଉଦ୍ଧାର କରି ଚିଠି ଶେଷ କରିବାକୁ ଯାଉଛି

 ଝର୍କାର ରେଲିଂ ଦେଇ ମୁଁ ତାକୁ ଦେଖିଲି

 ଓ ଆଶ୍ଚର୍ଯ୍ୟ ହେଲି

 ଲମ୍ବା ଲମ୍ବା ତାର ଛାଇ,ଛୁଇଁ ଛୁଇଁ ଗଲା

 ମୋ ଝର୍କାର ପ୍ରତିଟି ରେଲିଂ

 ଏବଂ ତାର ଫାଙ୍କ ଦେଇ ଆମ ପୁଷି ବିଲେଇଟି ପରି ସେ ପଶି ଆସିଲା

 ଏବଂ ଦେଖୁ ଦେଖୁ ଲୁଚିଗଲା ଟେରେଲିନ୍ ଜାମା ଭେଦି ମୋ ବୁକୁ ଭିତରେ

 ମୁଁ ତାକୁ ଖୋଜିଲି କେତେ,ଅଣ୍ଡାଳିଲି ଖଟତଳେ,ଆଲମାରୀ ପଛେ

 କିନ୍ତୁ,ସେଇ ଟିକିଏ ଅସାବଧାନତା ଭିତରେ ପିଇଦେଲା ସିଏ ମୋର ସବୁତକ ଆଉଟା ଦୁଧ

 ମୋ ମନର ଖାଲି ଗିନାଟାକୁ ଦେଖି ମୁଁ କିନ୍ତୁ ରାଗିପାରିଲି ନାହିଁବରଂ ଖୁସି ହେଲି, କହିଲି,

 ଭଲହେଲା ଭାରୀ ଭଲ ହେଲା

ବୀଚିମାଳା,ଆଶା କରିବା ମୋର ଅବୋଧତାପ୍ରତ୍ୟାଶା କରିବା ମୋର ନିର୍ବୋଧତାତଥାପି ଆଶା ପ୍ରତ୍ୟାଶା ମୁଁ ଉଭୟ କରୁଛିତୁମଠାରୁ ଚିଠି ଖଣ୍ଡିଏ ପାଇଲେ ଧନ୍ୟ ହେବି

  ତୁମେ ଚିଠି କିପରି ଗ୍ରହଣ କରିବ ଜାଣେନାମନରେ ମୋର ନାନା ପ୍ରକାର ସଂଶୟ ଆଶଙ୍କା ମୋର ସମସ୍ତ ଦୋଷ କ୍ଷମା କରିବ ମୁଁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ଚେଷ୍ଟା କରୁଛି ନା!

 କେତେ କଣ ଭାବନା ମନକୁ ଆସୁଛି ତୁମର ଚିଠି ପାଇଲେ ନିଜକୁ ଉନ୍ମୁକ୍ତ କରି ଧରିବାକୁ ଭରସା ପାଇବି।।ଇତି                            

ତୁମର ଭୀରୁ ପ୍ରଣୟୀ ବୀରେଶ୍ବର

   ବୀରେଶ୍ବରର ଚିଠି ପଢ଼ିସାରି ବୀଚିମାଳା ଟିକିଏ ହସିଲା ଏବଂ ଚିଠିଟିକୁ ପୁଣି ଲଫାପା ଭିତରେ ରଖିଦେଇ ବ୍ରଜେଶ୍ବରର ଚିଠିଟି ଖୋଲିଲାବ୍ରଜେଶ୍ବର ଇଂଜିନିୟରଭୁବନେଶ୍ବରରେ ତାର ଚାକିରୀକିନ୍ତୁ ବହୁତ ସମୟରେ ସେ ପୁରୀ ଯାଏ ଦେଖିବାକୁ ସୁନ୍ଦର ସ୍ବାସ୍ଥ୍ୟବାନ୍ଅବିବାହିତଭଲ ପାତ୍ର ବୋଲି ବିବାହ ବଜାରରେ ତାର ଅନେକ ମୂଲ୍ୟକେତେ ବଡ଼ ବଡ଼ ଘରୁ ତା ପାଇଁ ବିବାହ ପ୍ରସ୍ତାବ ସବୁ ଆସୁଥିଲାକିନ୍ତୁ ତାର ଗୋଟିଏ କଥା ସେ ବର୍ତ୍ତମାନ ବିବାହ କରିବ ନାହିଁ ବୀଚିମାଳା ପରିହାସ କରି କହେ,“ବ୍ରଜଭାଇ,ତୁମେ ନିଶ୍ଚୟ କେଉଁଠି ଆଖି ବୁଜି ପାଣି ପିଉଚସେଇ ଅସଲ କଥାଟି ନକହି ଏଣୁତେଣୁ କଥା କାହିଁକି କହୁଚରାଜଭାଇ ବା ଅପା କେହି ଅମତ ହେବେ ନାହିଁମମନ ଖୋଲି ତୁମ ପ୍ରିୟାଙ୍କ ସମ୍ବାଦଟି ଦିଅଅନ୍ତତଃ ମତେ କହ,ମୁଁ ଦୌତ୍ୟ କରିବାକୁ ପ୍ରସ୍ତୁତ ଅଛି

  ବ୍ରଜେଶ୍ବର କହେ,“କହିବି,ନିଶ୍ଚୟ କହିବିଶୁଣିବାକୁ ହେଲେ ଧୈର୍ଯ୍ୟ ଆବଶ୍ୟକପ୍ରତିବେଶୀ ମାଉସୀ କହନ୍ତି,“ବ୍ରଜ ସହିତ ବୀଚିର ରାଜଯୋଟକ ହେବ

 ବୀଚିମାଳାକୁ ବହୁତ ପରିହାସ କରେ ବ୍ରଜେଶ୍ବରଊର୍ମି ସବୁ ଶୁଣି କହେବ୍ରଜ,ସେଇ ବୀଚିଟିକୁ ବାହା ହୋଇପଡ଼େକିନ୍ତୁ ବାପା ତୁମକୁ ଯୌତୁକ ଫୌତୁକ କିଛି ଦେଇପାରିବେ ନାହିଁଖାଲି ତୁଳସୀ ପତ୍ର ସହିତ କନ୍ୟାଦାନ କରିବେତୁମେ ଯଦି ରାଜକନ୍ୟା ସହିତ ଅର୍ଦ୍ଧରାଜ୍ୟ ଖୋଜୁଥିବ ତାହା ପାଇବ ନାହିଁବ୍ରଜେଶ୍ବର ଉତ୍ତର ଦିଏତୁମର କିସ୍କିନ୍ଧ୍ୟା ସୁନ୍ଦରି ଭଉଣୀକୁ ମୁଁ ବାହା ହେବାକୁ ଧାଉଁଛି

 ଉର୍ମିମାଳା ପ୍ରତିବାଦ କରେ,“କଣ କହିଲ କିସ୍କିନ୍ଧ୍ୟା ସୁନ୍ଦରୀ?ବୀଚି ପରି ସୁନ୍ଦରୀ ଝିଅ ତୁମେ ଆଉ ଦେଖିଛ ନା?  ବ୍ରଜେଶ୍ବର କହେ,“ବହୁତ-ଏଇ ଧର ଯେମିତି ନରେଶବାବୁଙ୍କ ଝିଅ କାମିନୀ

 ଉର୍ମିମାଳା ହସେବୀଚିମାଳା ବି ହସି ରହିପାରେ ନାହିଁକାମିନୀ ଯେ ଦେଖିବାକୁ ଅତ୍ୟନ୍ତ ଅସୁନ୍ଦର କିଏ ଜାଣେ

 ବୀଚିମାଳା କହେ,‘ବ୍ରଜଭାଇ,ମୁଁ ଭଗବାନଙ୍କପ୍ରାର୍ଥନା କରୁଛି ତୁମକୁ ସେଇ କାମିନୀଟି ପ୍ରାପ୍ତ ହେଉ

 ପୁରୀରୁ ଆସିବା ଦିନ ଗାଡ଼ି ଛାଡ଼ିବାର ଅଳ୍ପ ସମୟ ଆଗରୁ ବ୍ରଜେଶ୍ବର ବୀଚିମାଳାକୁ ଟିକିଏ ଏକା ପାଇ କହିଥିଲା,“ବୀଚି,ତୁମକୁ ମୋର ଗୋଟିଏ କଥା କହିବାର ଥିଲା…”

  ବୀଚି କହିଲା,‘କଣ କହୁନା

   ଟିକିଏ ନୀରବ ରହି ବ୍ରଜେଶ୍ବର କହିଲା,‘ନା ଏଇକ୍ଷଣି ନୁହେଁପରେ ଚିଠିରେ ଲେଖିବି

   ସେଇ ଚିଠି ଲେଖିଛି ବ୍ରଜେଶ୍ବର

  ଶ୍ରୀମତୀବୀଚିମାଳା ଦେବୀ ସୁଚରିତାସୁ,

     ଚିଠି ଦେବି ବୋଲି କହିଥିଲି ବୋଲି ଚିଠି ଲେଖୁଛିନୂଆବୋଉଙ୍କୁ ଛାଡ଼ି କୌଣସି ନାରୀ ପାଖକୁ ମୁଁ କେବେ ଚିଠି ଲେଖି ନାହିଁଚିଠି ଲେଖିବାର ପ୍ରୟୋଜନ କେବେ ପଡ଼ିନାହିଁତେଣୁ ତୁମ ପାଖକୁ ଚିଠି ଲେଖିବାବେଳେ ବଡ଼ ଅସ୍ବସ୍ତି ବୋଧ କରୁଛିମୋର ବଡ଼ଭାଇ କବିସାନଭାଇ ମଧ୍ୟ କବିତା ଅଳ୍ପ ଲେଖେ ବୋଲି ଶୁଣିଚିକିନ୍ତୁ ମୁଁ ଏସବୁ ସାହିତ୍ୟଠାରୁ ଦୂରରେ ଥାଏପିଲାଦିନୁ ଅଙ୍କପ୍ରତି ମୋର ଯେତେ ଆକର୍ଷଣ ପ୍ରେମ କବିତା କଥା ଛାଡ଼,ଡିଟେକ୍ଟିଭ୍ଉପନ୍ୟାସ ପାଇଁ ମଧ୍ୟ ସେତିକି ଆକର୍ଷଣ ନଥିଲାତେଣୁ ମୋ ଚିଠିରେ ରସ ପାଇବ ନାହିଁ

   ଷ୍ଟେସନ୍ରେ ତୁମକୁ ଗୋଟିଏ କଥା କହିବାର ଥିଲା ବୋଲି କହିଥିଲିସେ କଥାଟି କହିବି କହିବି ବୋଲି ମୁଁ ଗଲା ମାସ ଧରି ଭାବୁଛିକିନ୍ତୁ କେଜାଣି କାହିଁକି କହିପାରିନାହିଁକଥାଟା କିପରି କହିବାକୁ ହେବ ଜାଣେନାହିଁ ବୋଲି ବୋଧହୁଏ କହିପାରୁନାହିଁମୋ ଭିତରେ ଭାଷାର ଅଭାବଟା ବହୁତ ଦିନପରେ ବୋଧ କରୁଛିମ୍ୟାଥ୍ମେଟିକସ୍ ଗୋଟାଏ ପ୍ରୋବ୍ଲେମ୍ସମାଧାନ କରି ନପାରିଲେ ମନଟା ଯେପରି ଛଟପଟ ହୁଏ,ମୋ ମନକଥା କହି ନପାରି ମୁଁ ବି ସେପରି ଛଟପଟ ହେଉଛିଠିକ୍ହେଉ ବା ଭୂଲ୍ହେଉ ଏବେ ମୋ ମନ କଥାଟା ତୁମକୁ କହି ଦେଉଛି

   ନୂଆବୋଉ ଅନେକ ଥର ଥଟ୍ଟା ପରିହାସ ରେ ତୁମ ସହିତ ମୋର ବିବାହ କଥା କହିଛନ୍ତିକିନ୍ତ ସେ ଯଦି ଅନ୍ୟ କୌଣସି ବିବାହ ପ୍ରସ୍ତାବ କଥା ନକହି,ତୁମ ସହିତ ମୋ ବିବାହ ପ୍ରସଙ୍ଗ ସିରିଅସ୍ଲି କହିଥାନ୍ତେ ତେବେମୁଁ ବର୍ତ୍ତମାନ ବାହାହେବି ନାହିଁ କହି କହିଥାନ୍ତିଶୁଭସ୍ୟ ଶୀଘ୍ରମ୍କିନ୍ତୁ କାହିଁକି କେଜାଣି ନୂଆବୋଉ କେବେ ସେପରି କଥା କହି ନାହାନ୍ତିବୋଧହୁଏ ଗୋଟିଏ ଘରେ ଦୁଇ ଭଉଣୀଙ୍କର ବିବାହଟାକୁ ସେ ପସନ୍ଦ କରୁ ନଥିବେକିମ୍ବା ବିବାହରେ ଭାଇଙ୍କର ମତ ନଥିବତୁମର ବାପା ଅମତ ହେବା ବି ଅସମ୍ଭବ ନୁହେଁକିନ୍ତୁ ମୋର ମନେ ହୋଇଛି,ସବୁ ବାଧା ଲଂଘନ କରାଯାଇପାରେକେବଳ ଗୋଟିଏ କଥା ଭାବି ମୁଁ ଶଙ୍କି ଯାଇଛି ତାହା ହଉଛି ତୁମର ଅମତତୁମ ମନ କଥା ମୁଁ କେବେ ଜାଣି ପାରିନିକିପରି ଜାଣିବାକୁ ହେବ ମୁଁ ଭାବିପାରିନିବହୁତ ଥର ଭାବିଛି,ତୁମକୁ ପଚାରି ବୁଝିବିକିନ୍ତୁ ଭାରୀ ସଙ୍କୋଚ ଲାଗେପଚାରିବା ସମୟ ଗଡି ଗଡି ଯାଇଛି ଷ୍ଟେସନ୍ପର୍ଯ୍ୟନ୍ତମନେ ମନେ ସିଦ୍ଧାନ୍ତ କରିଥିଲି ସେଇ ଶେଷ ମୁହୂର୍ତ୍ତରେ ପଚାରିଦେବିତୁମେ ମନା କରି ଦେବାର ଭୟ ରହିଥିଲାତୁମେ ଯଦି ମନା କରିଦିଅ,ତାହାହେଲେ ତା ପରେ ତୁମକୁ ମୁହଁ ଦେଖାଇବା କଷ୍ଟ ହେବତେଣୁ ଷ୍ଟେସନର ସେଇ ଶେଷ ମୁହୂର୍ତ୍ତଟିକୁ ଉପଯୁକ୍ତ ସମୟ ବୋଲି ଠିକ୍କରିଥିଲିକିନ୍ତୁ ମନଟାକୁ ଟାଣ କରି ପଚାରିପାରିଲି ନାହିଁଜୀବନରେ  ଏକ ନୂତନ ଅନୁଭୂତି ହେଲାଗୋଟିଏ ନାରୀ ପାଖରେ ନିଜ ମନକଥା ପ୍ରକାଶ କରରିବାରେ କଠିନ କାମ ଆଉ କିଛି ନାହିଁ ଯାହାହେଉ ଚିଠି ଲେଖି ସେଇ ସଙ୍କଟରୁ ପାରି ହେଉଛିମୁଁ ତୁମକୁ ବିବାହ କରିବାକୁ ଚାହେଁ  କଥାଟା ଲେଖିଥିଲେ ବି ତୁମେ ମୋର ମନକଥାଟା ବୁଝିପାରିଥାନ୍ତତଥାପି ସ୍ପଷ୍ଟ ଭାବରେ ଲେଖିଲିତୁମର ମତାମତ ଜାଣିଲେ ନୂଆବୋଉଙ୍କ ପାଖରେ ଜଣାଇବିତୁମେ ମତେ ବିବାହ କଲେ ସୁଖୀ ହେବ କିନା ଜାଣେନାମୁଁ କିନ୍ତୁ ବହୁତ ସୁଖୀ ହେବିହଁ ଆଉ ଗୋଟିଏ କଥାମୁଁ ଯୌତୁକ ଲୋଭୀ ନୁହେଁତେଣୁ ତୁମ ବାପାଙ୍କୁ ମୋ ପରି ଗୋଟେ ଇଂଜିନିୟର ବରପାତ୍ର ପାଇଁ ସର୍ବସ୍ବ ଦାନ କରି ଋଣଗ୍ରସ୍ତ ହେବାକୁ ପଡ଼ିବ ନାହିଁନିଜ ବିଷୟରେ ପଦେ ସୁପାରିସ କରିଥାଏ-ଈଶ୍ବରଙ୍କ ନାମରେ ଶପଥ କରି କହୁଛି ମୋର ଚରିତ୍ର କଳଙ୍କ ଶୂନ୍ୟ

  ତୁମର ମତାମତ ସ୍ପଷ୍ଟ ଭାବରେ ଜଣାଇବ ଶୀଘ୍ର ଜଣାଇ ପାରିଲେ ଭଲ

                                             ଇତି

                                               ତୁମର

                                                    ପାଣି ପ୍ରାର୍ଥୀ ବ୍ରଜେଶ୍ବର




+ -